01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚାଙ୍କ ସ୍ୱତନ୍ତ୍ରଟିମ କୋଟପାଡ଼ ଗସ୍ତ

କୋଟପାଡ଼:୨୨/୦୭ (ସଖପ୍ର) :-ଆଜି କୋରାପୁଟ ଭାଜପା ମହିଳା ମୋର୍ଚ୍ଚା ର ସ୍ୱତନ୍ତ୍ର ଟିମ ପହଞ୍ଚିଥିଲେ କୋଟପାଡ଼ ବ୍ଲକ ଅନ୍ତର୍ଗନ୍ତ ଚିତ୍ରା ପଞ୍ଚାୟତ ର ବାଗଚୁଁଆ ଗ୍ରାମରେ । ରାତି ୨ଟା ରେ ଶୌଚ ପାଇଁ ନିଜ ଘରୁ ବାହାରି ଆଉ ଘରକୁ ଫେରି ନଥିଲେ ଜଣେ ନାବାଳିକା ଝିଅ ।ଆଉ ଭୋର ୫ଟା ବେଳକୁ ନିଜ ଘର ନିକଟ ରେ ଥିବା ଏକ ତେନ୍ତୁଳି ଗଛରେ ଝୁଲୁ ଥିଲା ତାଙ୍କ ଶବ।ଆଉ ଏସବୁ ଦେଖି ପୋଲିସ କୁ ଖବର ଦେଇଥିଲେ ପରିବାର ଲୋକେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଶବ କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲେ ଓ ଆରମ୍ଭ କରିଥିଲେ ତଦନ୍ତ । ସେପଟେ ମୃତ ନାବାଳିକା ଙ୍କ ଶବ ଉଦ୍ଧାର ସମୟ ରେ ତାଙ୍କର ପିନ୍ଧିଥିବା ପୋଷାକ ଚିରା ହୋଇଥିବା ଦେଖି ଏହା ଦୁଷ୍କର୍ମ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ନାବାଳିକା ଜଣକ ଗ୍ରାମର ଏକ ଯୁବକ ସହ ପ୍ରେମ ସମ୍ପର୍କ ରହିଥିବା ବେଳେ ସେହି ଯୁବକ ଏବଂ ତାଙ୍କ ସହଯୋଗୀ ମାନେ ଦୁଷ୍କର୍ମ କରି ହତ୍ୟା କରିଥିବା ନେଇ ସନ୍ଦେହ କରି କୋଟପାଡ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ମୃତ ଝିଅ ଙ୍କ ବାପା ଆଉ ମାମୁଁ । ଘଟଣା ର ନିରପେକ୍ଷ ତଦନ୍ତ ତଥା ପିଡିତା ପରିବାର କୁ ନ୍ୟାୟ ଦାବି ରେ ଆଜି ଭାଜପା ମହିଳା ମୋର୍ଚ୍ଚା ର ସୁରଭି ପାଣି ,ଅଞ୍ଜଳି ମିଶ୍ର,ସ୍ୱାତି ହୋତା,ସବିତା ରଥ,ପ୍ରଭା ପାଢ଼ୀ,କୋଟପାଡ଼ ମହିଳା ମୋର୍ଚ୍ଚା ସଭାପତି ନନ୍ଦିନୀ ଶତ୍ରୁସୁଲ୍ୟ, ସୁରମା ନାୟକ ପିଡିତା ଙ୍କ ପରିବାର ଙ୍କ ପାଖରେ ପହଞ୍ଚିଥିଲେ । ସମ୍ପୂର୍ଣ ଘଟଣା ପରିବାର ଲୋକଙ୍କ ଠାରୁ ଶୁଣିବା ପରେ ପରିବାର କୁ ସ୍ବତନା ଦେବା ସହିତ ଭାରତୀୟ ଜନତା ପାର୍ଟି ପୀଡ଼ିତା ଙ୍କ ପରିବାର ଙ୍କ ପାଇଁ ନିରପେକ୍ଷ ତଦନ୍ତ, ଉଚ୍ଚିତ ନ୍ୟାୟ ଓ ପରିବାର ତରଫରୁ ଆଣିଥିବା ଅଭିଯୋଗ ଆଧାର ରେ କୋଟପାଡ଼ ଥାନା ରେ ନ୍ୟାୟିକ ତଦନ୍ତ ଦାବି କରାଯାଇଥିବା ସୂଚନା ମିଳିଛି ।କୋଟପାଡ଼ ଥାନା ଅଧିକାରୀ ଙ୍କ ଦ୍ଵାରା ଭାଜପା ମହିଳା ମୋର୍ଚ୍ଚା ର ସ୍ୱତନ୍ତ୍ର ଦଳ କୁ ଅସ୍ବସ୍ତି ଜନକ ଉତ୍ତର ପ୍ରଦାନ କରାଯାଇନଥିବା ମହିଳା ମୋର୍ଚ୍ଚା ଦ୍ୱାରା ସୂଚନା ମିଳିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ସ୍ୱଷ୍ଟ ଜଣାପଡିବ ବୋଲି କହିଛନ୍ତି କୋଟପାଡ଼ ଥାନା ଅଧିକାରୀ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *