12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାଙ୍ଗିଲା ସତୀଗୁଡା କେନାଲ ବନ୍ଧ,ଧୋଇଗଲା ଏକର ଏକର ଫସଲ

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ସ୍ଥିତ ହାଇସ୍କୁଲଗୁଡା ନିକଟରେ ସତୀଗୁଡା ଡ୍ୟାମରୁ ଆସିଥିବା ମୁଖ୍ୟ କେନାଲ ଭାଙ୍ଗିବା ଫଳରେ ନଷ୍ଟ ହୋଇଯାଇଛି ଏକର ଏକର ଫସଲ । ଫସଲ ଧୋଇଯିବାରୁ ଚିନ୍ତାରେ ଚାଷୀ । ସୂଚନାନୁସାରେ,ଆଜି କେନାଲରେ ଏକ ଘାଇ ସୃଷ୍ଟି ହୋଇଥିଲା। ଘାଇରେ ପାଣି ପ୍ରଭାହିତ ହୋଇ ରାସ୍ତା କଡ ଜମିକୁ ମାଡିଯିବା ସହିତ ରାସ୍ତା ଉପରେ ମଧ୍ୟ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ବନ୍ଧମଣ୍ଡି ଚାଷ ଜମିରେ ପାଣି ମାଡିଯିବାରୁ ଶହ ଶହ ଏକର ଧାନ ଚାଷ ନଷ୍ଟ ହୋଇଛି । ସବୁଠାରୁ ବଡ କଥା ହେଲା ବନ୍ଧ ଭାଙ୍ଗିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳିନାହିଁ ।ଖରା ବର୍ଷା ସହି କ୍ଷେତରେ ସୁନାର ଫସଲ ଖେଳାଇଥିଲା ଚାଷୀ । ହେଲେ ନିମିଷକେ ଭିତରେ ସବୁ କିଛି ଧୋଇଗଲା । ବ୍ୟାଙ୍କ ଓ ବିଭିନ୍ନ ସ୍ଥାନରୁ ଟଙ୍କା ରୁଣ ଆଣି ବିହନ, ସାର ଆଣି ଚାଷ କରିଥଲା ଚାଷୀ । କେନାଲ ଭାଙ୍ଗି ଚାଷ ଜମି ନଷ୍ଟ ହୋଇଯିବାରୁ କିପରି ଋଣ ସୁଝିବେ ଏବେ ଚିନ୍ତାରେ ଚାଷୀ। ସେଥିପାଇଁ ସେଠାକାର ଚାଷୀ ସରକାରୀ ସହାୟତା ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ତାଙ୍କୁ କେବେ ସହାୟତା ମିଳୁଛି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *