05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭଙ୍ଗା ଡଙ୍ଗାରେ ଜୀବନ ବାଜିଲଗାଉଛନ୍ତି ଅଂଚଳ ବାସୀ…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଶିମିଳିବାଞ୍ଛା, ଗିରିକାନପଲ୍ଲୀ, ଉଣ୍ଡୁରୁକୋଣ୍ଡା ଓ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଲୋକେ ହାଟ ବଜାର ହେଉ କିମ୍ବା ଅସୁସ୍ଥ ହେଲେ ପୋଟେରୁ ନଦୀର ବିଭିନ୍ନ ନଦୀରେ ଥିବା ଘାଟରୁ ଡଙ୍ଗା ସାହାଯ୍ୟରେ ନଦୀ ପାର ହୋଇ ଯିବାକୁ ପଡୁଛି । ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ଏଭଳି ଯନ୍ତ୍ରଣା ଭରା ଯାତ୍ରା ଅଭ୍ୟାସରେ ପରିଣତ ହୋଇଯାଇଛି । ତେବେ ଗତ କିଛିମାସ ତଳେ ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି-୬୯ (ସୋନାଲି ଗାଁ) ସ୍ଥିତ ନଦୀ ଘାଟରେ ନଦୀ ପାର ହେବା ପାଇଁ ବ୍ୟବହୃତ ହେଉଥିବା ଡଙ୍ଗା ଭାଙ୍ଗି ଯିବାରୁ ନାଉରୀ ଡଙ୍ଗାର ଗୋଟିଏ ପାର୍ଶ୍ଵରେ ପଥର ଓ ଅନ୍ୟ ପାର୍ଶ୍ୱରେ କାଠ ପଟ୍ଟା ବାନ୍ଧି ବିପଦ ସଙ୍କୁଳ ଅବସ୍ଥାରେ ଲୋକଙ୍କୁ ନଦୀ ପାର କରାଉଥିଲେ । ସ୍ଥାନୀୟ ଲୋକଙ୍କ ଏଭଳି ଦୁର୍ଦଶା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶିମିଳିବାଞ୍ଛା ପଞ୍ଚାୟତ ପକ୍ଷରୁ ଡଙ୍ଗା ମରାମତି କିମ୍ବା ଅନ୍ୟ ଏକ ଡଙ୍ଗା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା। ଏହା ଭିତରେ ପ୍ରାୟ ଏକ ମାସ ବିତି ଯାଇଥିଲେ ମଧ୍ୟ ଫଳ ଶୂନ । ଯଥାଶୀଘ୍ର ଏଠାରେ ଏକ ବ୍ରିଜ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏବେ ଗୋଟିଏ ମୋଟର ଚାଳିତ ଡ଼ଙ୍ଗା ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *