02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବ୍ୟବହୃତ ପିପିଇ କିଟ ଓ ଗ୍ଳୋବ୍ସ ପଡିଛି ଖୋଲାରେ…

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲାରେ କୋଭିଡ ସେଣ୍ଟର ଗୁଡିକରେ ଅବ୍ୟବସ୍ଥାର ବିଭିନ୍ନ ଅଭିଯୋଗ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମରେ ବାହାରୁଛି |ଏବେ ଅନ୍ୟ ଏକ ଅବ୍ୟବସ୍ଥା ଦେଖିବାକୁ ମିଳିଛି|ତାହା ହେଲା ଯେଉଁ ପିପିଇ କିଟ ଓ ଗ୍ଳୋବ୍ସ କୋଭିଡ ସେଣ୍ଟରରେ କୋଭିଡ ଯୋଦ୍ଧାମାନେ ବ୍ୟବହାର କରୁଛନ୍ତି, ତାହାକୁ ବ୍ୟବହାର ପରେ ଜାଳିଦେବା ପାଇଁ କୁହାଯାଇଛି |କିନ୍ତୁ ଏହାର ଓଲଟା ଦେଖିବାକୁ ମିଳିଛି ମାଲକାନଗିରି ରୁ ଚାଲାଣଗୁଡା ଯିବା ରାସ୍ତା କଡ଼ରେ |ସେଠାରେ ବ୍ୟବହୃତ  ପିପିଇ କିଟ ଓ ଗ୍ଳୋବ୍ସ ଖୋଲାରେ ପଡିଥିବାର ଦେଖିବାକୁ ମିଳିଛି |ଏହି ପାଖରେ ବି ଏଡ଼ କଲେଜରେ କୋଭିଡ ସେଣ୍ଟର ହୋଇଛି |ତେଣୁ କିଏ ସେଠାକାର ହିଁ ପକାଇଥିବା ଲୋକେ ସନ୍ଦେହ କରୁଛନ୍ତି |ଯଦି ଏପରି ହେବ ସେଥିରେ ଯଦି କରୋନା ଭୁତାଣୁ ଥିବ ଲୋକଙ୍କ ଅବସ୍ଥା କଣ ହେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି |ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଉଠୁଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *