ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା

ବରଗଡଜିଲ୍ଲା : ଯୁବ ସମାଜର ଉନ୍ନତି ପାଇଁ ସରକାର ସବୁବେଳେ ଯୋଜନା କରି ରାଜ୍ୟର ଯୁବ ସମାଜକୁ ଉନ୍ନତ ଓ ସୁଦୃଢ କରିଆସୁଛନ୍ତି । ଯୁବ ଖେଳଳିମାନେ ଦେଶ ବିଦେଶଭରେ ଖେଳ ପ୍ରଦର୍ଶନ କରିବା ସହ ସଫଳତା ହାସଲ କରି କ୍ରୀଡା କ୍ଷେତ୍ରରେ ଓଡ଼ିଶା ରାଜ୍ୟର ଗୌରବକୁ ଦ୍ବିଗୁଣିତ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାର ଷ୍ଟାଡିୟମ , ମିନି ଷ୍ଟାଡିୟମ ତିଆରି କରି ଯୁବଗୋଷ୍ଠିଙ୍କ ପାଇଁ ସୁବିଧା କରିଛନ୍ତି । ଏହିପରି ଓଡିଶାର ତଥା ବରଗଡ ଜିଲ୍ଲାର ଶେଷସୀମାରେ ଅବସ୍ଥିତ ଝାରବନ୍ଧ ବ୍ଲକ ଚଣ୍ଡିଭଟା GP ର ବୀର ସୁରେନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆରେ ବ୍ଲକ ସ୍ତରୀୟ ମିନିଷ୍ଟାଡିୟମ ( ଚଣ୍ଡିଭଟା ) ନିର୍ମାଣ ପାଇଁ କ୍ରିଡା ବିଭାଗ ଓଡିଶା ସରକାର କୋଡିଏ ଲକ୍ଷ ଟଙ୍କ ପ୍ରଦାନ କରିଛନ୍ତି । ଆଜି ବିଜୟ ରଞ୍ଜନ ସିଂ ବରିହା ପଦ୍ମପୁର ବିଧାୟକ ଙ୍କ କରକମଳରେ ମିନି ଷ୍ଟାଡିୟମର ଶୁଭ ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଯାଇଛି , ରୁନୁ ଲାକ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାରବନ୍ଧ , ଝାରବନ୍ଧ ବ୍ଳକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ , ପାଇକମାଲ ବ୍ଳକ ଅଧ୍ୟକ୍ଷ ଅଲତାପ ମହମ୍ମଦ , ଚଣ୍ଡିଭଟା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜବାହାର ଲାଳ ସିଂ ବରିହା , ସମାଜସେବୀ ନନ୍ଦଲାଲ ମହାପାତ୍ର ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୁଦ୍ଧଦେବ ଝାଣ୍ଟ , ଗ୍ରାମ ରୋଜଗାର ସେବକ ଉମାକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅଞ୍ଚଳବାସୀ ତଥା ଯୁବ ସମାଜର ଦିର୍ଘ ଦିନର ଆଶା ପୁରଣ ହେବାକୁ ଯାଉଥିବାରୁ ଓଡିଶା ସରକାରଙ୍କୁ ଯୁବସମାଜ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ବରଗଡ ବ୍ୟୁରୋ ମୋତିଲାଲ ବାଗ