ବ୍ଲକ ସ୍ତରୀୟ ପଞ୍ଚାୟତ ଦିବସ ପାଳିତ
ବାଲେଶ୍ୱର,୫/୩–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ତଥା ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ଏହିଉପଲକ୍ଷେ ଅନୁଷ୍ଠିତ ସଭାରେ ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଅଭିଲିସ୍ପା ସାହୁ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ,ସିଡିପିଓ ନର୍ମଦା ଦେଓ,ବିପିଏମ,ଓ,ଲ,ଏମ ଶୋଭାନା ଦାଶ, ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ମହଲା, ବ୍ଲକ ଫେଡେସନର ସଭାପତି ତଥା ନାରୀ ନେତ୍ରୀ ଶ୍ରୀମତୀ ରଶ୍ମିତା ମହାପାତ୍ର ଉପସ୍ଥିତ ରହି ପଞ୍ଚାୟତରାଜ ପାଳନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏମବିକେ କୃଷ୍ଣପ୍ରୀୟା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ OLMର ରାଜ୍ୟସଭାପତି ନିରୁପମା ନାୟକଙ୍କୁ ମଞ୍ଚ ଉପରକୁ ଡକାଯାଇ ନ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଇଥିଲା । ପ୍ରକାଶ ଥାଉକି ଶ୍ରୀମତୀ ନାୟକ ମହିଳା ସଂଗଠନର ମୂଳ ଦୁଆ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଡ଼ିଓ ନୂଆ କରି କାର୍ଯ୍ୟରେ ଯୋଗଦାନ କରିଥିବାରୁ ଶ୍ରୀମତୀ ନାୟକଙ୍କ ବିଷୟରେ ଜାଣି ପାରିନଥିଲେ ମଧ୍ଯ ଅନ୍ୟ ଅଧିକାରୀ ମାନଙ୍କୁ ନିଶ୍ଚିତ ଜଣାଅଛି ସେ ଜଣେ ସେହି ସଂଗଠନର ରାଜ୍ୟ ସଭାପତି ପଦବୀରେ ବର୍ତ୍ତମାନ ଅଛନ୍ତି ! ଶେଷରେ ବରିଷ୍ଠ ସାମ୍ବାଦିକ ତଥା ପାଲା ଗାୟକ ଛାୟାକାନ୍ତ ମହାନ୍ତି ପାଲା ପରିବେଷଣ ମାଧ୍ୟମରେ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବ୍ଲକ ସ୍ତରୀୟ ଜୟନ୍ତୀ ସମାରୋହ ଉତ୍ସବରେ ଆଜି କାହିଁକି ରାଜ୍ୟ ଠାରୁ ଆରମ୍ଭ କରି ବ୍ଲକ ସ୍ତରରେ ପଞ୍ଚାୟତ ଦିବସ ପାଳନ କରାଯାଉଛି ତାହାରି ଉପରେ ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ନିମନ୍ତେ ସଚେତନା ବାର୍ତ୍ତା ଦେଇଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ରାଜ୍ୟ ପାଇଁ ସେ ଜଣେ ବିରଳ ବ୍ୟକ୍ତିତ୍ଵ ଥିଲେ, କେବଳ ଓଡ଼ିଶା କି ଭାରତ ନୁହେଁ ବିଦେଶରେ ମଧ୍ୟ ଏକ ଚର୍ଚ୍ଚିତ ଓ ବିରଳ ବ୍ୟକ୍ତିତ୍ଵ ହେଲେ ବିଜୁ ପଟ୍ଟନାୟକ (ବିଜୟାନନ୍ଦ ପଟ୍ଟନାୟକ)ବିଜୁ ବାବୁ ନାମରେ ସେ ବେଶି ପରିଚିତ, ଦେଶର ଆଗଧାଡିର ଓ ଜଣାଶୁଣା ରାଜନେତା, ଦକ୍ଷ ବୈମାନିକ ଏବଂ ଶିଳ୍ପପତି ଥିଲେ,ବିଜୁ ବାବୁଙ୍କର ବାଲ୍ୟ ଜୀବନ ଓ ପାଠପଢ଼ା ଆରମ୍ଭ କଟକର ତୁଳସୀପୁର ଠାରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ଭାବେ ୧୯୧୬ମସିହା ମାର୍ଚ୍ଚ ୫ରେ ଜନ୍ମ ଗ୍ରହଣ କରିଥିଲେ ବିଜୁ ବାବୁ । କଟକସ୍ଥିତ ରେଭେନ୍ସା କଲିଜିଏଟ ସ୍କୁଲରେ ପାଠପଢା ଶେଷ ହେବା ପରେ ରେଭେନ୍ସା କଲେଜରେ ବିଜ୍ଞାନ ବିଷୟ ନେଇ ପଡ଼ିଥିଲେ, ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇ ଥିଲେ, ତାହା ପରେ ବିବାହ ଓ ପରିବାର, କର୍ମଜୀବନ, ସର୍ବଶେଷରେ ରାଜନୀତିରେ ଯାତ୍ରା, ତାଙ୍କର ରାଜନୀତି ଜୀବନରେ ଅଧୁରା ରହିଯାଇଥିବା ସ୍ବପ୍ନକୁ ତାଙ୍କର ପୁତ୍ର ନବୀନ ପଟ୍ଟନାୟକ ଆଜି ସେ ସ୍ବପ୍ନକୁ ପୂରଣ ଉଦ୍ଦେଶ୍ୟରେ ଓଡ଼ିଶାବାସୀଙ୍କ ପାଇଁ ପିଲାଟିଏ ମାଆ ପେଟରୁ ରହିବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି ବୋଲି ପାଲା ଗାୟକ ପାଲା ମାଧ୍ୟମରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଚେତନ କରାଇଥିଲେ । ସଭା ଆରମ୍ଭ ହେବା କିଛି ସମୟ ପରେ ହଠାତ୍ ବର୍ଷା ସାଂଗକୁ ଘଡଘଡି ହେଇଥିଲା ଠିକ୍ ସେ ସମୟର ଆଗଧାଡିର ବସିଥିବା ସାମ୍ବାଦିକ ବନ୍ଧୁ ଓ ଅନ୍ୟ ଭଦ୍ର ବ୍ୟକ୍ତି ମାନଙ୍କୁ ମଞ୍ଚ ଉପରେ ଖାଲି ଥିବା ଚେୟାରରେ ବସିବାକୁ ବିଡ଼ିଓ ଶ୍ରୀ ଯୁକ୍ତ ଦେବେନ୍ଦ୍ର ପ୍ରସାଦ ବଳ ଆମନ୍ତ୍ରଣ କରି ଡାକିଥିବାରୁ ଖଇରା ସାମ୍ବାଦିକ ସଂଗଠନ ପକ୍ଷରୁ ଶ୍ରୀ ବଳଙ୍କୁ ଧନ୍ୟବାଦ ଦେଇଥିଲେ, ସର୍ବଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ଶେଷ କରାଯାଇଥିଲା ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ