ବ୍ଲକ ଉପାଧ୍ୟକ୍ଷାଙ୍କ ନୂତନ କାର୍ଯ୍ୟାଳୟ ପ୍ରବେଶ

ରାୟଗଡା (ସଖପ୍ର) :ଆଜି ଶନିବାର ତାରିଖ 24/06/2023 ସକାଳ ୯ଘଣ୍ଟା ୩୦ ମିନିଟ ସମୟରେ ପବିତ୍ର ହେରାପଞ୍ଚମୀ ଅବସରରେ ରାମନାଗୁଡା ବ୍ଲକର ଉପାଧ୍ୟକ୍ଷା ଶ୍ରୀମତୀ ଜାନକି ମାଣ୍ଡାଙ୍ଗି ତାଙ୍କର ନୂତନ କାର୍ଯ୍ଯାଳୟରେ ପ୍ରବେଶ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାଇ ରାମନାଗୁଡ଼ା ବ୍ଲକର ବିଭିନ୍ନ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ବ୍ଲକ କାର୍ଯ୍ୟାଳୟ ଠାରେ ନବ ନିର୍ମିତ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ। ଠିକ 10 ଘଟିକା ସମୟରେ ଉପାଧକ୍ଷା ରଜନୀ ମଣ୍ଡାଙ୍ଗୀ ପୂଜା ଅର୍ଚନା କରିବା ସହିତ ରିବନ କାଟି ନିଜ କାର୍ଯ୍ୟଳୟକୁ ଉଦଘାଟନ କରିଥିଲେ । ଏହି ସମୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଉପାଧକ୍ଷାଙ୍କୁ ତାଙ୍କ ସିଟ ପର୍ଯ୍ୟନ୍ତ ପାଛୋଟି ନେଇ ବସାଇବା ସହିତ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ସରକାରଙ୍କ ପକ୍ଷରୁ 5 ଟି ସଚିବ ରାୟଗଡା ଗସ୍ତ ସମୟରେ ଆସିଥିଲେ ଓ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ, ତଦନୁଯାଇ ଏହି ବ୍ଲକର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ କରିଛନ୍ତି । ଏହି ପ୍ରକଳ୍ପର ସଫଳ ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀ ମିଶି କାମ କରିବାକୁ ପରାମର୍ଶ ଦେଇଥିଲେ । ମୋର ଚାକିରୀ ଜୀବନ ପ୍ରଥମ ଏହି ବ୍ଲକର ତହସିଲଦାର ଓ ପରେ ଗୋଷ୍ଠି ଉନ୍ନୟନ ଅଧିକାରୀ ରୂପେ ଏହି ବ୍ଲକରେ କାମକରିଛି, ତେଣୁ ମୁଁ ଏହି ଅଂଚଳର ଜନସାଧାରଣଙ୍କୁ ଭୁଲି ପାରିବିନାହିଁ କହିଥିଲେ ସୁଶ୍ରୀ ଝୋଡ଼ିଆ । ଆଜିର ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡ଼ିଆ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ଗଗନ ଆଚାର୍ଯ୍ୟ,ରଂଜିତ ପାଣିଗ୍ରାହୀ, ସଞ୍ଜୟ ପ୍ରଧାନ, କମଳ ଲୋଚନ ମୁଟିକା, ସୂର୍ଯ୍ୟ ରାଓ କୁମ୍ବରିକା, ବିଜୟ ମଣ୍ଡାଙ୍ଗୀ, ରଞ୍ଜନ ନାୟକ ବେହେରାଙ୍କ ସମେତ ପଂଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ସହିତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ