ବ୍ରାହ୍ମଣୀ ନଦୀରୁ ନା ବାଳକକୁ ଜୀବିତ ଅବସ୍ଥାରେ ଉଦ୍ଧାର କଲେ ନାଉରି ଭାଇ ଓ ସମାଜ ସେବୀ
ଜେନାପୁର/୧୪/୦୯/(ସଖପ୍ର):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଏଣ୍ଡଳବା ଗ୍ରାମ ପଞ୍ଚାୟତସ୍ଥ ଏଣ୍ଡଳବା ନୌକା ଘାଟ ନିକଟରୁ ଏକ ନା ବାଳକକୁ ବ୍ରାହ୍ମଣୀ ନଦୀରେ ଭାସିଯାଉଥିବା ବେଳେ ଏଣ୍ଡଳବା ର ନୌକା ନାଉରି ଭାଇ ଓ କିଛି ସମାଜ ସେବୀଙ୍କ ଦ୍ଵାରା ଉଦ୍ଧାର । ଘଟଣାରୁ ପ୍ରକାଶ ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ଏଣ୍ଡଳବା ର ଅଭିମନ୍ୟୁ ଦାଶ ଙ୍କ ନିକଟକୁ ଢେଙ୍କାନାଳ ଜିଲ୍ଲାର ପଥର କଣି ଗ୍ରାମରୁ ଏକ ଫୋନ ଆସିଥିଲା କି ଆମର ଜଣେ ପିଲା ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ଭାସି ଯାଉଛି । ଖବର ଶୁଣି ଗ୍ରାମର କିଛି ସମାଜ ସେବୀ ଓ ନାବିକ ଭାଇ ମାନଙ୍କୁ ଜଣାଇ ଥିଲେ ।ଏହି କଥା ଶୁଣି ଏଣ୍ଡଳବାର ବ୍ରାହ୍ମଣୀ ନଦୀ କୂଳରରେ ଥିବା ନାବିକ ଭାଇ ଓ କିଛି ସମାଜ ସେବୀ ମାନେ ଅପେକ୍ଷା କରି ରହିଥିଲେ ।ଦୀର୍ଘ ଦୁଇ ଘଣ୍ଟାପରେ ନଦୀ ଭିତରୁ ଏକ ହାତ ହଲାଇଲବାର ଦେଖିବାକୁ ପାଇଥିଲେ ।ଏବଂ ସଙ୍ଗେ ସଙ୍ଗେ ପାଖରେ ଥିବା ଡଙ୍ଗାକୁ ନେଇ ନଦୀ ଭିତରକୁ ଚାଲି ଯାଇଥିଲେ ।ତର ବରରେ ଯାଇ ଥିବାରୁ ପାଖରେ ହାଲସା ଓ ବଡ଼ କାତ ନେଇ ନଥିଲେ କଳେ ବଳେ ଯାଇ ନା ବାଳକର ପାଖରେ ପହଁଚି ଥିଲେ । ସେଠାରୁ ୫ କିଲୋମିଟର ତଳେ ବାଲି କୁଦିଆ ନଦୀ କୂଳରେ ନା ବାଳକକୁ ଜୀବିତ ଅବସ୍ଥାରେ ଡଙ୍ଗାକୁ ରଖିଥିଲେ । ଖବର ନେବାରୁ ଜଣା ପଡ଼ିଛି ଯେ ନା ବାଳକ ଜଣଙ୍କ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସ୍ଥିତ ପଣ୍ଡୁଆ ଗ୍ରାମର ସୁଶାନ୍ତ ବାରିକଙ୍କ ପୁଅ ଅଲ୍ହା ବାରିକ (୧୭) ସେ ତାଙ୍କ ମାମୁଁ ଘରେ ରୋହୁଥିଲେ । ତାଙ୍କ ମାମୁଁ ପିତ୍ତ ବାସ ବାରିକ ଢେ଼ଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଦିଗାମ୍ବର ପୁର ଗ୍ରାମ ପଞ୍ଚାୟତ ପଥର କଣି ଗ୍ରାମରେ । ସେ ଆଜି ନଦୀ କୂଳରେ ଗାଧୋଇବା ପାଇଁ ଯାଇ ଥିବା ବେଳେ ନଦୀର ବନ୍ୟା ଜଳରେ ଭାସି ଆସିଥିଲେ । ଏଣ୍ଡଳବା ଗ୍ରାମର ନାବିକ ଧକେଇ ବେହେରା, ମଦନ ବେହେରା, ବାବୁଲି ମଲ୍ଲିକ,ଗୋବିନ୍ଦ ତରାଇ, ସନ୍ତୋଷ ବେହେରା, କବି ତରାଇ, ରବି ତରାଇ ନାଉରି ଭାଇ ମାନେ ମିଶି ବାଳକକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ।ତାଙ୍କୁ ସାମ୍ବାଦିକ ପ୍ରଶାନ୍ତ ସାମଲ ଓ କିଛି ସମାଜ ସେବୀଙ୍କ ସହାୟତାରେ ଜେନାପୁର ଥାନାକୁ ଖବର ଦେବା ସହିତ ୧୦୮ ଆମ୍ବୁଲାନ୍ସ କୁ ଡକାଇ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହିତ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ସବୁଠୁ ବଡ଼ କଥା ହେଲା ଏହି ଏଣ୍ଡଳବା ନୌକା ଘାଟରେ ସବୁ ବର୍ଷ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ କେହିନା କେହି ଲୋକଙ୍କୁ ତାଙ୍କର ସାଧା ଡଙ୍ଗାରେ ଉଦ୍ଧାର କରୁଛନ୍ତି ନାବିକ ମାନେ ।ଏଣୁ ଏହି ଅଞ୍ଚଳ ବାସୀଙ୍କ ଦାବି ସରକାର ଏଠାରେ ଗୋଟିଏ ମଟର ଚାଳିତ ବୋଟୋ ଦେବା ପାଇଁ । ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ବହୁତ ନିରୀହଙ୍କ ଜୀବନ ରକ୍ଷା ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଯାଜପୁର ପ୍ରତିନିଧି ନାରାୟଣ ରଥ