01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବୋଲବୋମକୁ ମନା : ଜିଲ୍ଲାପାଳଙ୍କ କଡା ନିର୍ଦେଶନାମା

କୋରାପୁଟ (ସ.ଖ. ପ୍ର ) : ପହଂଚିଲା ଶ୍ରାବଣ ମାସ । ବୋଲଭମ ଡାକ ଶୁଭିବ ନାହି କି , ଏଣିକି ରାଜ ରାସ୍ତା ବା ନଦୀ ଘାଟ ବା ମନ୍ଦିର ପ୍ରାଙ୍ଗଣରେ ଦେଖାଯିବେନାହିଁ ବୋଲବମ ଭକ୍ତ । କାଉଡି ଧରି ଗେରୁଆ ରଙ୍ଗ ର ବସ୍ତ୍ର ପିନ୍ଧି ବାହାରିବେ ନାହିଁ । କରୋନା କଟକଣା ବାହାରକୁ ବାହାରିବାକୁ ମନା । କୋରାପୁଟ ଜିଲ୍ଲାପାଳ ବୋଲବମ ଭକ୍ତ ବାହରକୁ ନବାହାରିବେ ସେଥିନେଇ ନିର୍ଦେଶନାମା ଜାରି କରିଛନ୍ତି । ଏହି ବର୍ଷ ବିନା ଭକ୍ତରେ ଯେଭଳି ରଥଯାତ୍ରା ହେଲା ସେହିଭଳି ଚଳିତ ବର୍ଷ ବିନା ବୋଲବମ ଭକ୍ତଙ୍କ ସମାଗମରେ ପୁଜା ହେବ । ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି ଅନୁଯାୟୀ ଏହି ବର୍ଷ କୌଣସି ବି ଭକ୍ତ ବୋଲବମ ଯାଇ ପାରିବେ ନାହିଁ । ରାଜ୍ୟ ବାହାରୁ ଓ ଜିଲ୍ଲା ବାହାରୁ ବହୁ ଭକ୍ତ ଆସିବେ ଓ ସମସ୍ତ ମନ୍ଦିରରେ ଭିଡ ରହିବ ଫଳରେ ମହାମାରି କରୋନା ସଂକ୍ରମଣ ର ଅଧିକ ଆଶଙ୍କା ରହିବ ତେଣୁ କରି ଏହି ବର୍ଷ ବୋଲବମ ନ ଯିବାକୁ କୋରପୁଟ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଙ୍କ ଏହି ସୂଚନା ଫଳରେ କିଛି ବୋଲବମ ଭକ୍ତ ଦୁଃଖ ପ୍ରକାଶ କରିବା ସହ କିଛି ଭକ୍ତ ଏହି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *