ବୈପାରୀଗୁଡାରେ ଫେଲ ମାରିଛି ବାର୍ଦ୍ଧକ୍ୟ ଭତ୍ତା ଯୋଜନା
ବୈପାରୀଗୁଡା(ସଖପ୍ର): ଗରିବ ଶ୍ରେଣୀର ଲୋକଙ୍କ ଆର୍ଥିକ ସ୍ଥିତିର ସୁଦୃଢ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନର ନିୟମ ରହିଥିବା ବେଳେ କିନ୍ତୁ ଏହି ଯୋଜନା ଫେଲ ମାରିଥିବା ଜଣାପଡୁଛି। ସେହିପରି ଏକ ବାସ୍ତବ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତର କଦଳୀପଦର ଗ୍ରାମରେ । ସରକାରଙ୍କ ପକ୍ଷରୁ ବୃଦ୍ଧ ବୃଦ୍ଧା, ବିଧବା, ଅବିବାହିତ ମହିଳା ଓ ଭିନ୍ନକ୍ଷମ, ଅସହାୟ ଲୋକଙ୍କୁ ଭତ୍ତା ଦେବା ନିୟମ ରହିଛି ହେଲେ ପ୍ରକୃତ ହିତାଧିକାରୀ ବର୍ଷ ବର୍ଷ ଧରି ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ଏହି ଗ୍ରାମର ଭତ୍ତାରୁ ବଞ୍ଚିତ ହିତାଧିକାରୀ ମାନେ ପଞ୍ଚାୟତ କାର୍ଯାଳୟ ଠାରୁ ବ୍ଲକ କାର୍ଯାଳୟ ପର୍ଯ୍ୟନ୍ତ ବୁଲି ବୁଲି ନିଜର ଦୁଃଖ ସରକାରୀ ବାବୁଙ୍କୁ ଜଣେଇଲେ ମଧ୍ୟ ଆଜି ପର୍ଯନ୍ତ ହିତାଧିକାରୀଙ୍କୁ ସରକାରୀ ସାହାଯ୍ୟ ମିଳିଲାନି । ପ୍ରତ୍ୟେକ ପଞ୍ଚାୟତରେ ଜଣେ କ୍ଲୋଷ୍ଟର କୋଡିନେଟର ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ସରକାରୀ ସହାୟତା ଯୋଗାଇଦେବା ଦାଇତ୍ୱ ବ୍ଲକ ସମାଜ ମଙ୍ଗଳ ଅଧିକାରୀଙ୍କ ରହିଥିବା ବେଳେ କଦଳୀପଦର ଗ୍ରାମରେ କିପରି ୨୪ଜଣ ହିତାଧିକାରୀ ଏଥିରୁ ବଞ୍ଚିତ ରହିଛନ୍ତି ତାହା ଏବେ ପ୍ରଶାସନ ପାଇଁ ପ୍ରଶ୍ନବାଚି ସୃଷ୍ଟି କରିଛି । ଏହି ଗ୍ରାମର ୯ଜଣ ବିଧବା ମହିଳା,୧୩ଜଣ ବୃଦ୍ଧ ବୃଦ୍ଧା, ୨ଜଣ ଭିନ୍ନକ୍ଷମଙ୍କୁ ଭତ୍ତାରୁ ବଞ୍ଚିତ ଅଛନ୍ତି । ବିଧବା ମଧ୍ୟ୍ୟରୁ ଶଶୀ ଟାକ୍ରି, ସନେଇ ଖିଲ, କମଳା ଖିଲ, ମୁକ୍ତା ଖିଲ, ଦୋମାଇ ଗୋଲରି, ସମାରି ଖିଲ, ରାମା ଖିଲ, ଖୁସି ସାନ୍ତା, ବ୍ୟାସି ସାନ୍ତା ଥିବା ବେଳେ ଏମାନଂକୁ ବିଧବା ମହିଳା ସରକାରୀ ପକ୍ଷରୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ଟଙ୍କା ଆର୍ଥିକ ସହାୟତା ପାଇବାକୁ ଥିବାବେଳେ ପ୍ରତିମାସରେ ପାଞ୍ଚ ସହ ଟଙ୍କା ବିଧବା ଭତ୍ତା ପାଇବା ନିୟମ ରହିଛି । ସେହିପରି ବୃଦ୍ଧ ବୃଦ୍ଧା ମଧ୍ୟରୁ ମଙ୍ଗଳି ସାନ୍ତା, ନୀଳା ସାନ୍ତା, ସୁନ୍ଦରୀ ଖରା, ସଦା ସାନ୍ତା, ପ୍ରହ୍ଲାଦ ଖରା, ଗୁସେଇ ଖରା, ଫୁଲକ ସାନ୍ତା, ଭଗବାନ ପାଙ୍ଗି, ଵଲା ପାଙ୍ଗି, ମୁକୁନ୍ଦ ହରିଜନ, କମୁଲୁମାଣ୍ଡି, ମୋଗୁଳି ମାଣ୍ଡି, ଲବ ସାନ୍ତା ଏବଂ ଧନୁ ସାନ୍ତା ଓ ସାଦୀର ସାନ୍ତା ମଧ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ।