01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବୈପାରୀଗୁଡାରେ ଡିଏସ୍ପିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବୈପାରିଗୁଡା (ସଖପ୍ର): ବୈପାରିଗୁଡା ଡିଏସ୍ପି ଅଂଶୁମାନ ଦ୍ବିବେଦୀଙ୍କୁ ଗତକାଲି ବିଦାୟୀ ସମ୍ବର୍ଦ୍ଧନା ଜଣାଇଛି ବୈପାରିଗୁଡାର (ବାବା ଶ୍ରୀ ଗୁପ୍ତେଶ୍ଵର ସେବା କମିଟି)। ଡ଼ିଏସପି ଅଂଶୁମାନ ଦ୍ବିବେଦୀ ଚଳିତବର୍ଷ ଏପ୍ରିଲ ମାସରେ ବୈପାରିଗୁଡା ଥାନାରେ ଯୋଗଦେଇଥିଲେ । ସେ ବୈପାରିଗୁଡାରେ ଯୋଗ ଦେବାପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ସହ ଗଞ୍ଜେଇ ମାଫିଆ , ରୋଡ଼ ରୋମିଓ , ଚୋର ଓ ଡକାୟତି ଗ୍ୟାଙ୍ଗକୁ ଧରିବା ସହ ସେ ବହୁ ସଫଳତା ହାସଲ କରିଥିଲେ । ବର୍ତ୍ତମାନ ତାଙ୍କର ବଦଳି ଭୁବନେଶ୍ୱରକୁ ହୋଇଥିବା ଜଣାପଡିଛି। ତାଙ୍କର ବଦଳି ଖବର ଶୁଣିବା ମାତ୍ରେ ବୈପାରିଗୁଡା ବାସୀ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ସେଠାରୁ ନଯିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ଗତକାଲି ବୈପାରିଗୁଡା ସ୍ଥିତ ଆଇବି ଡାକ ବଙ୍ଗଳା ଠାରେ ବାବା ଶ୍ରୀ ଗୁପ୍ତେଶ୍ଵର ସେବା କମିଟି ତରଫରୁ ମାନପତ୍ର ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବାବା ଗୁପ୍ତେଶ୍ଵର ସେବା କମିଟିର ସଦସ୍ୟ ବାଦଲ ବିଷୋୟୀ , ନଟବର ପଟ ନାୟକ , ଏନ ହରିପ୍ରସାଦ , ପପୁ ଖାନ୍, ଚନ୍ଦ୍ରଶେଖର ରଥ , ଦାମ୍ବିକା ରାଓ , ରାଜୀବ ହନ୍ତାଳ , ସୁରେଶ ମିଶ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *