01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବେସାହାରା ଅସହାୟଙ୍କ ସାହା ଭରସା ଭେଙ୍କଟେଶ୍ୱର

ରାୟଗଡା (ସଖପ୍ର) : ରାୟଗଡା ସହର ତଥା ସମଗ୍ର ରାୟଗଡା ଜ଼ିଲ୍ଲାରେ ବେସାହରା ଅସହାୟଙ୍କ ସାହାରା ପାଲଟିଛନ୍ତି ରାୟଗଡା ସହରର ୟାଲା ଭେଙ୍କଟେଶ୍ୱର @କୋଣ୍ଡା ବାବୁ । 1962 ମସିହାରେ କୋଣ୍ଡା ବାବୁ ଆନ୍ଧ୍ର ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଭାଈ ଓ ଗୋଟିଏ ଭଉଣୀଙ୍କୁ ନେଇ ପରିବାର ଅତି ଆରାମରେ ଚଲୁଥିଲେ । ଆନ୍ଧ୍ର ପ୍ରଦେଶରେ 10 କ୍ଲାସ ପର୍ଯ୍ୟନ୍ତ ପାଠ ପଢ଼ି ଥିଲେ କିନ୍ତୁ ନିଜର ଭବିଷ୍ୟତ ଗଢିତୋଳିବା ପାଇଁ ଆନ୍ଧ୍ର ଛାଡି ଓଡିଶାକୁ 1982 ମସିହାରେ ଆସି ଥିଲେ । ଏହି ସମୟରେ ରାୟଗଡାରୁ କାଶୀପୁର ମଧ୍ୟରେ ଚାଲୁଥିବା ଏକ ଘରୋଇ ଚୌଧୁରୀ ବସ ମାଲିକଙ୍କ ସହିତ ଦେଖା ସାକ୍ଷାତ ହୋଇ ଥିଲା କୋଣ୍ଡା ବାବୁଙ୍କ ଏହି ବସରେ ଏକ କର୍ମଚାରୀ ରୂପେ କାମ କରୁଥିଲେ । ଏହି ସମୟରେ ପୂର୍ବତନ ରାଜ୍ୟ ସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓଙ୍କ ସହିତ ଦେଖା ସାକ୍ଷାତ ହୋଇଥିଲା । ପରବର୍ତ୍ତୀ ସମୟରେ ମାଧବ କୁମୁଦନ ଓ ଭାସ୍କର ରାଓଙ୍କ ସହିତ ମିଶି 1985 ମସିହାରେ ଏକ ଟ୍ରକ ୟୁନିଅନ ଗଠନ କରି ଥିଲେ । କୋଣ୍ଡା ବାବୁ ଭାସ୍କର ରାଓଙ୍କ ସହିତ ମିଶି 1985 ରୁ 2022 ପର୍ଯ୍ୟନ୍ତ ସମାଜରେ କାମ କରିଆସୁଥିଲେ । କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ମତାନ୍ତର ଘଟିଲା । ତେଣୁ ଗତ ବର୍ଷ 2022 ମସିହାରେ କୋଣ୍ଡା ବାବୁ ଭାସ୍କର ବାବୁଙ୍କ ଠାରୁ ଅଲଗା ହୋଇ ଏକ ବିଜେଡି କର୍ମୀ କାର୍ଯ୍ୟାଳୟ ଉଦଘାଟନ କରି ଲୋକଙ୍କ ସେବାରେ ନିୟୋଜିତ ଥିବା ଦେଖିବାକୁ ମିଳୁଛି । କୋଣ୍ଡା ବାବୁ ତେଲୁଗୁ ସମ୍ପ୍ରଦାୟକୁ ନିଜ ଅକ୍ତିଆର ରେ ରଖିଛନ୍ତି । ସ୍ଥାନୀୟ ରିଙ୍ଗ ରୋଡ ଠାରେ ବିଜେଡିର ଏକ କର୍ମୀ କାର୍ଯ୍ୟାଳୟ ଖୋଲି ଥିଲେ । ପ୍ରତିଦିନ ଜନସାଧାରଣଙ୍କ ଅଭିଯୋଗ ଶୁଣନ୍ତି । ଜନସାଧାରଣଙ୍କ ସମସ୍ୟା ଓ ଏହାର ମୁକାବିଲା ପାଇଁ ମନ୍ତ୍ରୀ, ବିଧାୟକ, ଜ଼ିଲ୍ଲାର ବିଭିନ୍ନ ସରକାରୀ କର୍ମଚାରୀଙ୍କ ସହିତ ସମ୍ପର୍କ ରଖି ଲୋକଙ୍କ କାମ କରିଆସୁଛନ୍ତି । ବିଜେଡିର ବରିଷ୍ଠ ମନ୍ତ୍ରୀ ଅଶୋକ ପଣ୍ଡା, ଅତୁନ ସବ୍ୟସାଚୀ ନାୟକ, ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ଦାସ ବବି ଭାଈ, ମନ୍ତ୍ରୀ ସାରକା, ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ସହିତ ସମ୍ପର୍କ ରଖି ଜନସାଧାରଣଙ୍କ ସେବା କରିଆସୁଛନ୍ତି । ନିରୀହ ଆଦିବାସୀ ହରିଜନ ଓ ଗରିବ ଶ୍ରେଣୀର ଲୋକଙ୍କ ସେବା କରିଆସୁଛନ୍ତି । ଲୋକଙ୍କ ଦୁଃଖସୁଖରେ ତାଙ୍କ ପାଖରେ ଛିଡା ହୁଅନ୍ତି । ରାତି ଦିନ 24 ଘଣ୍ଟା ମୁଁ ଲୋକଙ୍କ ପାଇଁ ମୋ ଦ୍ୱାର ଖୋଲା ରଖିଛି ବୋଲି କହିଛନ୍ତି । ଯେତେବେଳେ ଯାହା ଅସୁବିଧା ହେଲେ ଜଣାନ୍ତୁ ବୋଲି ଜନସାଧାରଣଙ୍କୁ କହୁଛନ୍ତି । ସେଥିପାଇଁ ଲୋକେ କୋଣ୍ଡା ବାବୁଙ୍କୁ ବେସାହାରାଙ୍କ ସାହା ବୋଲି କୁହନ୍ତି । ନିରୀହ ଜନସାଧାରଣ କୋଣ୍ଡା ବାବୁଙ୍କୁ ନିଜର ଅତି ଆପଣାର ବୋଲି ଭାବିବାର ଦେଖିବାକୁ ମିଳିଛି । କୋଣ୍ଡା ବାବୁ ମଧ୍ୟ୍ୟ ମାନବ ସେବା ହିଁ ମାଧବ ସେବା, ଆମେ ଆସିଛେ ଏକା ଯିବା ଏକା, ତେଣୁ ଲୋକଙ୍କ ସେବା କରିବା ଆମର ଏକାନ୍ତ କାମ୍ୟ ବୋଲି କହିଛନ୍ତି । ବର୍ତ୍ତମାନ ରାୟଗଡା ଟ୍ରକ ମାଲିକ ୟୁନିଅନର ସଭାପତି ଭାବେ ମଧ୍ୟ୍ୟ ନିର୍ବାଚିତ ହୋଇ ଛନ୍ତି । ତାହା ସହିତ ବିଜେଡିର ଦୃଢ଼ ସଂଗଠକ ରୂପେ ପରିଗଣିତ ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *