ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ବାଲେଶ୍ୱର,୨/୮–ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ତଳକିଆ ପଞ୍ଚାୟତ ଅଧୀନ ଅସ୍ତପାଟଣା ଗ୍ରାମରେ ବେକରେ ରସି ଲଗାଇ ଯୁବକ ଆତ୍ମହତ୍ଯା କରିଛି । ସୂଚନା ଅନୁସାରେ ଲକ୍ଷ୍ମୀଧର କଟୁଆଳଙ୍କ ୪୨ ବର୍ଷ ବୟସର ପୁଅ ରାଧାଶ୍ୟାମ କଟୁଆଳ ଆଜି ସକାଳେ ଘର ନିକଟ ରେ ଥିବା ବାଡ଼ିରେ ଏକ ଆମ୍ବ ଗଛରେ ବେକରେ ରଶି ଲଗାଇ ଝୁଲୁ ଥିବାର ପରିବାର ଲୋକ ଦେଖିଥିଲେ । ପରେ ଔପଦା ଥାନାକୁ ଖବର ଦେବାପରେ ଔପଦା ଥାନା ଆଇଆଇସି ସୁଜାତା ଖମାରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଧାର କରିଥିଲେ । ମୃତ ରାଧାଶ୍ୟାମଙ୍କ ପିତା ଲକ୍ଷ୍ମୀଧର କଟୁଆଳଙ୍କ ଅଭିଯୋଗକୁ ଭିତ୍ତି କରି ଔପଦା ଥାନା କେସ୍ ନମ୍ବର 6/20 ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣା ପଡିଛି ।ପ୍ରାଥମିକ ସ୍ତରରେ ପୁଲିସ ଦେଇଥିବା ସୂଚନା ଅନୁସାରେ ପାରିବାରିକ କଳହ ଏବଂ ମାନଶିକ ଦୁଶ୍ଚିନ୍ତାରୁ ନିଜେ ରସି ଲଗାଇ ଆତ୍ମହତ୍ଯା କରିଥିବା ଜଣାପଡିଛି । ତେବେ ଏନେଇ ଔପଦା ପୁଲିସ ଅଧିକ ତଦନ୍ତ ଜାରିରଖିଥିବା ବେଳେ ସବ ବ୍ଯବଛେଦ ପାଇଁ ପଠାଯାଇଥିବା ଜଣାପଡିଛି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ