02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବୁଦୁଗୁଡାରେ ଜଣେ ମହିଳା ସଂକ୍ରମିତ ହେବା ପରେ ପ୍ରଶାସନ ତତ୍ପର…

ମାଲକାନଗିରି (ସ.ଖ.ପ୍ର ): ମଙ୍ଗଳବାର ରାଜ୍ୟରେ ୫୪୩ ଜଣ ନୁଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ମାଲକାନଗିରି ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |ତତ୍ ମଧ୍ୟରୁ ଜିଲ୍ଲାର କାଲିମେଳା ବ୍ଳକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବାପରେ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି।ସୁଚନା ଅନୁଯାଇ କାଲିମେଳା ପଞ୍ଚାୟତ ଅନ୍ତର୍ଗତ ସ୍ଥାନୀୟ ବୃଦୁଗୁଡା ଅଞ୍ଚଳରୁ ଜଣେ ମହିଳାଙ୍କ କରୋନା ପଜିଟିଭ ବାହାରିଥିବା ଜଣାପଡିଛି |ମହିଳାଙ୍କ ବୟଷ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ଏହା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ପୁରା ବୁଦୁଗୁଡା ଅଚଳକୁ ସିଲ କରିଦିଆଯାଇଛି । ମୁଖ୍ୟ ରାସ୍ତା ସମେତ ସମସ୍ତ ଗଳିକନ୍ଦି ରାସ୍ତାରେ ବାଉଁଷ ବାନ୍ଧି ଅବରୋଧ କରାଯାଇଛି ପ୍ରଶାସନ ପକ୍ଷରୁ ସବୁଆଡେ ସାନିଟାଇଜର କରାଯାଉଥିବା ବେଳେ ଆଶା , ଅଙ୍ଗନୱାଡି ଏବଂ ମହିଳା ସ୍ଵାସ୍ଥ୍ୟ କର୍ମୀଙ୍କ ଦ୍ଵାରା ଘରକୁ ଘର ବୁଲି ସର୍ଭେ କରାଯାଉଛି ଥଣ୍ଡା କାଶ , ଜ୍ୱର ଇତ୍ୟାଦି ଲକ୍ଷଣ ଥିବା ଲୋକମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି କାଲିମେଳାର ମହିଳା ସ୍ଵାସ୍ଥ୍ୟକର୍ମୀ କୌଶଲ୍ୟା ନାୟକ , ଅଙ୍ଗନୱାଡି କର୍ମୀ ଚନ୍ଦ୍ରମା ଦଣ୍ଡସେନା ଏବଂ ଆଶା ବୁଡୁଗୁଡା ଗ୍ରାମଠାରୁ ବୁଦୁଗୁଡା କଲୋନୀ ପର୍ଯ୍ୟନ୍ତ ଥିବା ପ୍ରାୟ ୨୧୦ ରୁ ଉର୍ଧ୍ୱ ଘରର ପ୍ରାୟ ୮୨୦ ରୁ ଉର୍ଧ୍ୱ ଲୋକମାନଙ୍କର ତଥ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି| କାଲିମେଳା ଥାନା ଅଧିକାରୀ ସୁରଜ କୁମାର ଝାଙ୍କରଙ୍କ ନେତୃତ୍ବରେ ଏକ ପୋଲିସ ଟିମ ବୁଡୁଗୁଡା ନିକଟରେ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଛି| ପୋଲିସ କର୍ମଚାରୀ ମାନେ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି |ଘରଭିତରୁ ନବାହାରିବା ପାଇଁ ଲୋକମାନଙ୍କୁ ସୂଚନା ଦେଉଛନ୍ତି ତେବେ ବୁଦୁଗୁଡା ଅଞ୍ଚଳଟି ଜାତୀୟ ରାଜପଥ କଡରେ ହୋଇଥିବା ଯୋଗୁଁ ଲୋକ ସେଠାରେ ନଅଟକିବା ପାଇଁ କୁହାଯାଉଛି । ତେବେ ପଜିଟିଭ ବାହାରିଥିବା ମହିଳାଙ୍କର କୌଣଷି ଭ୍ରମଣ ଇତିହାସ ନଥିବା ବେଳେ ସାମାନ୍ୟ ଲକ୍ଷଣଥିବା କାରଣରୁ ତାକ୍ତର କରୋନା ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ ଏବଂ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା ।ଆଜି ସେ ପଜିଟିଭ ବୋଲି ଜଣା ପଡିଛି |ସେ ମହିଳାଙ୍କ ସ୍ୱାମୀ କାଲିମେଳାରେ ଗେରେଜ କରିଛନ୍ତି |ଲୋକେ ଆତଙ୍କିତ ନ ହେବାକୁ ବ୍ଲକ ପ୍ରଶାସନ ଜଣାଇଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *