03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବୀର ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ବିଧାୟକଙ୍କୁ ଅନୁରାଧ କଲେ ଗ୍ରାମବାସୀ…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୀଆଙ୍ଗ ଗ୍ରାମ ପଂଚାୟତ ଜନସାଧାରଣ କୀଆଙ୍ଗ ଛକ ଶିବମନ୍ଦିର ନିକଟ ରାସ୍ତାକୁ ଶହୀଦ ଲକ୍ଷ୍ମଣ ନାୟକ ମାର୍ଗରେ ନାମିତ କରିବାକୁ ଦାବି କରିଛନ୍ତି |ସେଠାରେ ଏକ ନାମ ଫଳକ ଲଗାଇବା ସହ ଶହୀଦ ବୀର ଲକ୍ଷ୍ମଣଙ୍କ ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ଅନୁରୋଧ କରିଛନ୍ତି । ବିଧାୟକ ମହୋଦୟ ଦାବି ଗୁଡିକ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତ ଦେଇଛନ୍ତି। କୀଆଙ୍ଗ ଛକରୁ ତେନ୍ତୁଳୀଗୁମ୍ମା (କୋରାପୁଟ ଜିଲ୍ଲା)କୁ ସଂଯୋଗ କରୁଥିବା ବେଳେ କୀଆଙ୍ଗ ଛକରୁ କମରପଲ୍ଲୀ -ଛତିଶଗଡ଼କୁ ସଂଯୋଗ କରୁଛି । ଏଣୁ ଏହି ଛକ ନିକଟରେ ନାମ ଫଳକ ନଥିବାରୁ ଜନସାଧାରଣ ନାଇଁ ନ ଥିବା ଅସୁବିଧାର ସମ୍ମୂଖୀନ ହେଉଛନ୍ତି । ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ନାମ ଫଳକ ଲଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *