ବି ଡି ଓ ଙ୍କ ସପକ୍ଷରେ ବାହାରିଥିବା ଲୋକଙ୍କ ବିରୋଧରେ ଏତଲା…
ମାଲକାନଗିରି :ମାଲକାନଗିରି ଜିଲ୍ଲା ଖଇରପୁଟ ବି ଡି ଓ ଙ୍କୁ ବଦଳି ପାଇଁ ସେଠାକାର ଜନପ୍ରତିନିଧି ଓ ଗ୍ରାମବାସୀ ମିଶି ବ୍ଲକରେ ତାଲା ପକାଇଥିଲେ ଓ ଧାରଣାରେ ବସି ଖଇରପୁଟର ଦୋକାନ ବଜାର ବନ୍ଦ କରିଥିଲେ |ତାପରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ମାଝୀଙ୍କ ପ୍ରତିଶୃତି ପାଇବାପରେ ଧାରଣାରୁ ଉଠିଥିଲେ |
ତାପରେ ବି ଡି ଓ ଶ୍ରୀ ବର୍ମନ ଛୁଟିରେ ଯାଇଥିଲେ ଏବଂ ମାଥିଲି ବି ଡି ଓ ତାଙ୍କର ଚାର୍ଜ ନେଇଥିଲେ |ସେହି ଆନ୍ଦୋଳନ ସମୟରେ ଜନପ୍ରତିନିଧିଙ୍କ ସପକ୍ଷ ରେ ଥିବା ଖଇରପୁଟର ଜଣେ ବାସିନ୍ଦା ଏବେ କେତେ ଜଣ ଯୁବକଙ୍କୁ ନେଇ ବି ଡି ଓ ଙ୍କ ସପକ୍ଷରେ ଲିଖିତ ଆକାରରେ ଦେଇଥିବା ଶୁଣିବାକୁ ମିଳୁଛି |ଖାବନେବାରୁ ଜଣାପଡିଛି ଯେ ସେହି ଯୁବକଙ୍କ ନାମ ଚିତ୍ତ ରଞ୍ଜନ ପଟନାୟକ |ବି ଡି ଓ ଙ୍କୁ ବିରୋଧ କରୁଥିବା ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ କିରସାନିଙ୍କ ନେତୃତ୍ୱରେ ଯାଇ ଖଇରପୁଟ ଥାନାରେ ଲିଖିତଭାବେ ତାଙ୍କ ବିରୋଧରେ ଦେଇଛନ୍ତି ଯେ ସେ ନିରୀହ ଆଦିବାସୀ ପିଲାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜର ସ୍ୱାର୍ଥ ହାସଲ ପାଇଁ ଲୋକଙ୍କୁ ଠାକୁଛନ୍ତି, ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |ଯଦି ବି ଡି ଓ ଏଠାକୁ ପୁଣି ଆସିବେ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ଶ୍ରୀମତୀ କିରସାନି କହିଛନ୍ତି |ଏଥିରେ ବି ଡି ଓ ଶ୍ରୀ ବର୍ମନ ଙ୍କ ହାତଥିବା ମଧ୍ୟ କେତେଜଣ ସନ୍ଦେହ କରୁଛନ୍ତି |
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର )