ବି.ଡି.ଓ ଙ୍କ ବିରୋଧରେ ଖଇରପୁଟ ବ୍ଲକରେ ତାଲା ପକାଇଲେ ଖଇରପୁଟ ଅଂଚଳବାସୀ
ମାଲକାନଗିରି : ବହୁତ ଦିନ ହେଲା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ କିର୍ଷାନି ଙ୍କ ନେତୃତ୍ୱରେ ଖଇରପୁଟ ବ୍ଲକ ର ବି ଡି ଓ ଙ୍କୁ ହଟାଇବା ପାଇଁ ସବୁ ପଂଚାୟତର ସରପଞ୍ଚ ଓ ଅଞ୍ଚଳବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀ., ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା, ୫ ଟି ସଚିବ, ପଂଚାୟତି ରାଜ ବିଭାଗ ସଚିବ, ମାଲକାନଗିରି ଜିଲ୍ଲାପାଳ ଶ୍ରୀ ମନୀଷ ଅଗ୍ରୱାଲଙ୍କୁ ଲିଖିତ ଆକାରରେ ତାଙ୍କର ସବୁ ଦୁର୍ନୀତି ଓ ତାଙ୍କୁ ବ୍ଲକରୁ ଅନ୍ୟତ୍ର ବଦଳି ପାଇଁ ଦାବି ଜଣାଇଥିଲେ କିନ୍ତୁ ତାଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ |
ବ୍ଲକର ସବୁ ପଂଚାୟତ ର ସରପଞ୍ଚ, ପଂଚାୟତ ସମିତି ଅଧ୍ୟକ୍ଷା ଓ ଅନ୍ୟ ଲୋକ ପ୍ରତିନିଧି ମାନେ ଆଜି ବ୍ଲକରେ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ର ଗେଟରେ ତାଲା ପକାଇ ଏହାର ଆଗରେ ଧାରଣା ରେ ବସିଥିଲେ |ବି ଡି ଓ ଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ