12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିହାରୀ ସଂପ୍ରଦାୟର ଗଣପର୍ବ ଛଟ ପୂଜା ପାଳିତ

ଚଣ୍ଡିଖୋଲ, 2/11 : (ପ୍ରତିନିଧି ନାରାୟଣ ରଥ) ବିହାରୀ ସଂପ୍ରଦାୟର ଗଣ ପର୍ବ ଛଟ ପୂଜା ଆଜି ଚଣ୍ଡିଖୋଲ ଠାରେ ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ବିହାରି ମହିଳା ମାନେ ଉପବାସ କରି ଉଦୀତ ସୂର୍ଯ୍ୟକୁ ପୂଜା କରିବା ସହିତ ଛଟ ପୂଜା ବ୍ରତ ରଖିଥିଲେ । ସନ୍ଧ୍ୟା ସମୟରେ ଅସ୍ତଗାମୀ ସୂର୍ଯ୍ୟ ଓ ଉଦୀତ ଚନ୍ଦ୍ରକୁ ପୂଜା କରିବା ସହିତ ନିଜ ପରିବାରର ସୁଖ ସମୃଦ୍ଧି କାମନା କରିଥିଲେ । ଏଥିରେ ମୂଖ୍ୟ ଅତିଥି ଭାବରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗ ଦେଇ ବିହାରୀ ସଂପ୍ରଦାୟ ଙ୍କର ଛଟ ପୂଜା ହେଉଛି ଭାଇ ଚାରାର ପର୍ବ, ଏହି ପର୍ବ ହିନ୍ଦୁ ସଂପ୍ର ଦାୟ ଓ ବିହାର ସଂପ୍ରଦାୟ ଭିତରେ ଭାଇ ଚାରା ସୃଷ୍ୟି କରି ସେମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ । ସୂର୍ଯ୍ୟ ହେଉଛି ସକଳ ଶକ୍ତିର ଆଧର, ଲୋକମାନଙ୍କ ମଧ୍ୟରୁ ଅନ୍ଧକାର ରୁପକ ଅଜ୍ଞାନ ଦୂର କରି ମନରେ ଆଲୋକର ଜ୍ଞାନ ପ୍ରଦାନ କରିବା ସହିତ ବିହାରୀ ସଂପ୍ରାଦାୟର ସୁଖ ସମୃଦ୍ଧି କାମନା କରିଥିଲେ । ସୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତ ଅନୁଦାନରେ ନୂତନ ଛଟ ଘାଟକୁ ଶ୍ରୀ ଶତପଥୀ ଉଦଘାଟନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସୁଙ୍ଗୁଡ଼ା ସରପଞ୍ଚ ଚାଚାଲିନ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସଭ୍ୟା ସୁମତୀ ବାସ୍କେ, ସଂଜୟ ସ୍ୱାଇଁ, ଗଣେଶ୍ୱର ବରାଳ, ଆଶିଷ ରଂଜନ ଚୌଧୁରୀ , ନିରଜଂନ ସେନାପତି, ମନ୍ଦାକିନୀ ଜେନା, ପ୍ରିୟବ୍ରତ ଖିଲାର, ମସିର ଆଲାମ, ଶୁଭ ନାରାୟଣ ଓଝା, ସତ୍ୟବାନ ନାୟକ, ପ୍ରଦୀପ କୁମାର ନାୟକ, ବ୍ରଜେଶ ଓଝା, ଭୋପ ନାରାୟଣ ଓଝା, ମନୋଜ ବର୍ମା, ଆଶୁତୋଷ ଦୁବେ, ବ୍ରଜନାଥ ସାମଲ, ରଂଜିତ ପାଣ୍ଡେ, କିରଣୀ ସିଂ, ମନୋହର ଶର୍ମା, ଆବାଜ ପାଲ ଯାଦବ, ଜ୍ଞାନ ପ୍ରସାଦ ଗୁପ୍ତା, ବଦ୍ରିକୁମାର ବିଶ୍ୱକର୍ମା ପ୍ରମୁଖ ଯୋଗ ଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *