01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଶ୍ୱ ମଧୁମେହ ଦିବସ ପାଳିତ

ମାଲକାନଗିରି ୧୪/୧୧ (ସଖପ୍ର): ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ସଭାଗୃହ ଠାରେ ଡ଼ଃ କ୍ଷୀରୋଦ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱ ରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି। ଏହ ଆନୁକୂଲ୍ୟରେ ତର୍କ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା। ବିଚାରକ ମଣ୍ଡଳୀ ଭାବେ ଡ଼ଃ ଦୁର୍ଗା ପ୍ରସାଦ ରାଜ, ଡ଼ଃ ରଞ୍ଜନ କୁମାର ସ୍ୱାଇଁ, ସଂଗୀତା ହୋତା ଯୋଗଦାନ କରିଥିଲେ। ତର୍କ ପ୍ରତିଯୋଗିତାରେ ଡି.ଜଙ୍ଗେଶ୍ୱରୀ ପ୍ରଥମ, ଶ୍ୱେତାରଣା ରାଉତ ଦିତୀୟ ଓ ଦିଲୀପ କୁମାର ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଡ଼ଃ ପ୍ରଫୁଲ୍ଲ କୁମାର ନନ୍ଦ , ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଯୋଗଦାନ କରି ଆଜିର ଏହି ମଧୁମେହ ଦିବସ ଉପରେ ମତପୋଷଣ କରିଥିଲେ। ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଚିନ୍ତାମୁକ୍ତ ଯିବନ ଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ। ଡ଼ଃ ଦୁର୍ଗା ପ୍ରସାଦ ରାଜ ସଂମ୍ମାନୀତ ଅତିଥି ଭାବେ ଯୋଗଦେଇ ଆଜିର ଦିନରେ କିପରି ମଧୁମେହ ଠାରୁ ଦୁରେଇ ରହିହେବ ସେ ବିଷୟରେ ଆଲୋକ ପାଟ କରିଥିଲେ। ଶେଷରେ ଶିବ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *