03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିରଳ ହରିଣ ଛୁଆ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ସ୍ୱେଚ୍ଛାସେବୀ

ବୈପାରୀଗୁଡା(ସଖପ୍ର) : ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ବାଲିଆ ପଦର ଜଙ୍ଗଲରୁ ଆହତ ଅବସ୍ଥାରେ ହରିଣ ଛୁଆ ଉଦ୍ଧାର କରାଯାଇଛି l ଭାଟିପୋଡ଼ା ଗ୍ରାମର ଯୁବ ସ୍ୱଚ୍ଛାସେବୀ ଗୁପ୍ତ ଚାଲାଣ ବାଲିଆପଦର ଜଙ୍ଗଲ ନିକଟରୁ ଏକ ହରିଣ ଛୁଆ ଉଦ୍ଧାର କରିବା ପରେ ବନପାଳଙ୍କୁ ହସ୍ତାନ୍ତର କରିଛନ୍ତି।ଗୁପ୍ତ ନିଜ ଗାଁ ଭାଟିପୋଡ଼ା ଠାରୁ ଜଙ୍ଗଲ ରାସ୍ତା ଦେଇ ବୈପାରୀଗୁଡା ଆସୁଥିବା ବେଳେ ବେଳେ ଏକ ହରିଣ ଛୁଆ ଦେଖିବାକୁ ପାଇଥିଲେ l ଛୁଆ ନିକଟରେ ହରିଣ ପଲ କିମ୍ବା ତାର ମା ନ ଥିବା ସେ ଜାଣିବାପରେ ତାକୁ ଧରି ନେଇ ବୈପାରୀଗୁଡା ବନବିଭାଗ କାର୍ଯ୍ୟକ୍ରମକୁ ଆଣିଥିଲେ l

ବନପାଳ ବିକାଶ ପାତ୍ରଙ୍କୁ ଏହି ହରିଣ ଛୁଆକୁ ହସ୍ତାନ୍ତର କରିଥିଲେ। ହେଲେ ଉଦ୍ଧାର ଛୁଆଟି ଅସୁସ୍ଥ ଥିବାବେଳେ ତାହାର ବୟସ ଛ ମାସ ହୋଇଥିବା ଅନୁମାନ କରାଯାଇଛି l ବୈପାରୀଗୁଡା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଯାଉଛି l କିଛି ଦିନ ପରେ ହରିଣ ଛୁଆ ସୁସ୍ଥ ହେଲେ ଜଙ୍ଗଲରେ ଛଡ଼ା ଯିବ ବୋଲି ବନାଞ୍ଚଳ ଅଧିକାରୀ ଦିବ୍ୟ ମାଧୁରୀ ସେଠି ସୂଚନା ଦେଇଛନ୍ତି l

ପ୍ରତିନିଧି ସୀମଦ୍ରି ଶ୍ରୀନିବାସ ରାଓ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *