“ବିରଜା ଭୂମି” ସମ୍ବାଦପତ୍ରର ଶାରଦୀୟ ସଂଖ୍ୟା ଉନ୍ମୋଚିତ

ଯାଜପୁର ଜିଲ୍ଲା/ବଡଚଣା (ସଖପ୍ର):ପାକ୍ଷିକ ସାହିତ୍ୟ ଓ ସମ୍ବାଦ ଧର୍ମୀ ସମ୍ବାଦପତ୍ର “ବିରଜା ଭୂମି”ର ଉନ୍ମୋଚନଉତ୍ସବ ଇତି ମଧ୍ୟରେ ଛତିଆ ଉଦାସ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ୱାମୀ ଜଞେଶ୍ବରାନନ୍ଦ ମହାରାଜ ଯୋଗଦେଇ ପତ୍ରିକାର ଶୁଭ ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ଅଶୀର୍ବଚନ ଦେଇଥିଲେ।ବରିଷ୍ଠ ସାମ୍ବାଦିକ ମିହୀର ପ୍ରତାପ ଦାସ, ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧିଜୀଙ୍କ ଅହିଂସା ନୀତିର ଆବଶ୍ୟକତା ଓ ପ୍ରଚାର ପ୍ରସାର ପାଇଁ ପରାମର୍ଶ ଦେଇଥିଲେ। ସମ୍ପାଦକ ନିର୍ମଳ ସାମଲ ଓ କାର୍ଯ୍ୟ ନିର୍ବାହୀ ସମ୍ପାଦକ ସୁରେଶ ବିଶ୍ୱାଳ ପ୍ରାରମ୍ଭିକ ସୂଚନା ଦେଇ ବିରାଜଭୂମି ୟୁଟୁବ ଚ୍ୟାନେଲର ଲକ୍ଷ୍ୟ ଓ ଆଦୃତି ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ଅଭିମନ୍ୟୁ ଧଳ, ସାମ୍ବାଦିକା ନିରୂପମା ଜେନା,ଘୋଷିକା ତଥା ସାମ୍ବାଦିକା ସରସ୍ୱତୀ ମଲ୍ଲିକ ” ବିରଜା ଭୂମି ଏକ୍ସପ୍ରେସ” କୁ ଆଗେଇ ନେବାପାଇଁ ପାଠକ ମାନଙ୍କର ସହଯୋଗ କାମନା କରିଥିଲେ।ଶେଷରେ ଅନୁଷ୍ଠାନ ପକ୍ଷରୁ ନିରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
5hcxvi