November 18, 2025

Sabubarga Khabar

All category news

ବିଭିନ୍ନ ସଂଗଠନର ଦାବୀରେ ପ୍ରଶାସନ ରାସ୍ତା ଉପରୁ ଶୌଚାଳୟ ଭାଙ୍ଗିଲା

ଜୟପୁର:୨୦/୧୧(ସଖପ୍ର)ଜୟପୁର ଜାତୀୟ ରାଜପଥ ପ୍ରଶସ୍ତୀକରଣ ଓ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ଓ ଜାତୀୟରାଜପଥ କର୍ତ୍ତୃପକ୍ଷ ଉଚ୍ଛେଦ ପ୍ରକ୍ରିୟା ପାଇଁ ପଦକ୍ଷେପ ନେଇଛି। ଜୟପୁର ସହର ଟ୍ରାଫିକ ଛକ ନିକଟରେ ରାସ୍ତା ଉପରେ ଥବା ଶୌଚାଳୟ ଥିବାଯୋଗୁଁ ବହୁତ ଟ୍ରାଫିକ ସମସ୍ୟା ହେଉଥିଲା।ଟ୍ରାଫିକ ସମସ୍ୟାକୁ ଦେଖି ବିଭିନ୍ନ ସଂଗଠନ ଓ ବରିଷ୍ଠ ନାଗରିକମାନେ ଶୌଚାଳୟକୁ ଭାଙ୍ଗି ଅନ୍ୟତ୍ର କରିବାକୁ ଦାବୀ କରି ଆସୁଥିଲେ।ପୂର୍ବରୁ ରାସ୍ତା ସଂପ୍ରସାରଣ ନିମନ୍ତେ ରାସ୍ତାକଡରୁ ଦୋକାନ ଉଚ୍ଛେଦ କରିବାସହ ଗଛ ମଧ୍ୟ କଟାଯାଇଥିଲା। ଆଜି ଶୋଚାଳୟକୁ ଉଚ୍ଛେଦ କରାଯାଇଛି। ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକ,ପୌର ନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ,ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମେତ ପୁଲିସ ଉପସ୍ଥିତିରେ ଶୌଚାଳୟକୁ ଭଙ୍ଗା ଯାଇଥିଲା।ଭାଙ୍ଗିବା ନିମନ୍ତେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ଯୋଗୁଁ କୌଣସି ପ୍ରକାର ଉତ୍ତେଜନା ପ୍ରକାଶ ପାଇ ନଥିଲା।ଟାଉନ ଥାନା ଆଗରେ ରାସ୍ତା ଉପରେ ରହୁଥିବା ଘରୋଇ ବସ୍ ଗୁଡିକ ଆଉ ଘଣ୍ଟା ଘଣ୍ଟା ଧରି ନରହିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି।ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ସମସ୍ୟା ଲାଗିରହୁଥିଲା।ଏଥିପାଇଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗିରହୁଥିଲା।ତେଣୂ ଏଥିପ୍ରତି ଦୃଷ୍ଟିଦେଇ ପ୍ରଶାସନ ପକ୍ଷରୁ ଟାଉନ ଥାନାର ବସଗୁଡିକୁ ୫ମିନିଟ ରହିବାପାଇଁ ସୁଯୋଗ ଦିଆଯିବ। କୌଣସି ବସ୍ ୫ମିନିଟରୁ ଅଧିକ ସମୟ ରହିଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.