03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଭିନ୍ନ ଦାବି ନେଇ ଗର୍ଜିଲେ ବିଚ୍ଛିନ୍ନାଞ୍ଚଳବାସୀ…

ମାଲକାନଗିରି (ସଖପ୍ର ): କରୋନା କଟକଣାକୁ ଉଲ୍ଲଂଘନ କରି ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ପୁଣି ଗର୍ଜିଲେ ବିଚ୍ଛିନ୍ନାଞ୍ଚଳର ଅଧିବାସୀ। ବିଚ୍ଛିନ୍ନାଞ୍ଚଳର ଅଙ୍ଗୁରଗୁଡା, ଅମ୍ବିଲି ବେଡା, ସାନ୍ ଅମ୍ବିଲି ବେଡା, ଟିକରପଡା, ଖଜୁରୀଗୁଡା, ଗଙ୍ଗାପଡା, ଜଲା ଗୁଡା, ବାଟାଗୁଡା ଏଭଳି ଅନେକ ଗ୍ରାମର ଶହ ଶହ ଅଧିବାସୀମାନେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଥିବା ନାରିଙ୍ଗିଝୋଲା ଗ୍ରାମରେ ଏକାଠି ହୋଇ ସରକାର ଓ ପ୍ରଶାସନର ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି। ସେମାନେ ଆଜି ୧୧ ଦଫା ନେଇ ସରକାରଙ୍କ ପାଖରେ ଦାବି ରଖିଛନ୍ତି। ମୁଖ୍ୟ ଦାବି ହେଉଛି ମୁଦୁଲି ଗୁଡା ଓ ବାୟାପଡା ଗ୍ରାମରେ ପଞ୍ଚାୟତ ଅଫିସ ଖୋଲିବା, ବିଦ୍ୟାଳୟ ଓ ହଷ୍ଟେଲ ଖୋଲିବା, ମେଡିକାଲ ଏବଂ ଅଙ୍ଗନବାଡି ଖୋଲିବା। ଏଥିସହ ବିଭିନ୍ନ ଗ୍ରାମକୁ ପକ୍କା ରାସ୍ତା କରିବା ନିମନ୍ତେ ସେମାନଙ୍କ ମୁଖ୍ୟ ଦାବି ରହିଥିଲା। ଦୀର୍ଘ ୧୦ ବର୍ଷ ହେବ ବାରମ୍ବାର ସରକାର ଏମପି, ଏମ୍ଏଲଏ ଓ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରୁଥିବାବେଳେ କୌଣସି ଫଳପ୍ରଦ ହେଉନାହିଁ ବୋଲି ଆଜି ପୁଣି ଥରେ ଶହ ଶହ ଗ୍ରାମବାସୀ ଏକାଠି ହୋଇଥିବା କହିଛନ୍ତି। ଗ୍ରାମବାସୀଙ୍କ ଦାବି ପୂରଣ ନହେଲେ ପ୍ରାୟ ୨୫ ଖଣ୍ଡ ଗ୍ରାମର ଶହ ଶହ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ରାଜରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *