ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ,ଦେଶୀ ରନ୍ଧାମଦ,ପୋଚ୍ଚ ଓ ରନ୍ଧା ସାମଗ୍ରୀ ଜବତ୍

ରାୟଗଡା(ସଖପ୍ର): କରୋନା ମହାମାରୀ ସମୟରେ ରାୟଗଡା ଜିଲ୍ଳାରେ ବେଆଇନ ଚୋରା ମଦ କାରବାରକୁ ରୋକିବା ପାଇଁ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଳା ଅବକାରୀ ବିଭାଗକୁ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେବା ଫଳରେ ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ଆଦେଶ କ୍ରମେ ଜିଲ୍ଳାର ବିଭିନ୍ନ ଅବକାରୀ ଥାନା ଅଂଚଳରେ ବିଭାଗୀୟ ଅଧିକାରୀମାନେ ସଦଳବଳ ନେଇ ଗତ ତା ୧୧.୯.୨୦ରିଖ ଠାରୁ ଆଜ ତା ୨୦.୯.୨୦ରିଖ ପର୍ଯ୍ୟନ୍ତ ବ୍ୟାପକ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ,,ମହୁଲ ପୋଚ, ସଲପ ତାଡି ସହ ମଦ ରନ୍ଧା ସାମଗ୍ରୀ ଜବତ ଓ ନଷ୍ଟ କରିଥିବା ବେଳେ ଜିଲ୍ଳାରେ ଚୋରାମଦ କାରବାରକୁ ରୋକିବାନିମନ୍ତେ ପ୍ରୟାସ ଜାରୀରଖିଛନ୍ତି । ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଗତ ତା ୧୧.୯.୨୦ରିଖଦିନ ଓ ଆଜ ତା ୨୦.୯.୨୦ରିଖରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ ଜାରୀରଖିଛନ୍ତି। ଗତ ୧୧.୯.୨୦ଋଖଦିନ ଗୁଣୁପୁର ଅବକାରୀ ଦଳ ଓ ପୁଟଆସିଙ୍ଗ ପୋଲିସର ମିଳିତ ଭାବରେ ତହସିଲଦାର ତଥା ମାଜିଷ୍ଟ୍ରେଟ ଶ୍ରୀ କୁଶ ଗରଡାଙ୍କ ଉପସ୍ଥିତିରେ ଲୋବା ଗ୍ରାମରେ ଚଢ଼ାଉ କରି ୯୫୦୦ଲିଟର ପୋଚ୍ଚ ୫୭୦ଲିଟର ମଦ ଜବତ କରି ନଷ୍ଟ କରିଥିଲେ। ସେହିପରି ଗୁଡାରୀ ଥାନା ଅନ୍ତର୍ଗତ ଟଙ୍ଗାରମା ଗ୍ରାମରେ ଚଢ଼ାଉ କରି ୨୪୦୦ଲିଟର ପୋଚ୍ଚ ଓ ୧୫ଲିଟର ମଦ ଜବତ କରି ନଷ୍ଟ କରିଥିଲେ। ସେହିପରି ଗତ ୧୨.୯.୨୦ରିଖଦିନ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗୁମାଗୁଡ଼ି ଓ ମାଝୀଗୁଡ। ଗ୍ରାମରେ ଚଡଉ କରି ୩୫୧୦ଲିଟର ମହୁଲ ପୋଚ ସାଂଗକୁ ୫୧୦ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲେ।ରାୟଗଡା ଥାନା ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମରେ ଚଢ଼ାଉ କରି ୯୦୦ଲିଟର ପୋଚ୍ଚ ଓ ୧୦୦ଲିଟର ମଦ ଜବତ କରି ନଷ୍ଟ କରିଥିଲେ। ଗୁଡାରୀ ଥାନା ଅନ୍ତର୍ଗତ ତାମିଲଗୁଡ଼ାରେ ପୋଲିସ ଇ ଅବକାରୀ ଦଳ ଅତିରିକ୍ତ ତହସିଲଦାର ଶ୍ରୀ କୁଶ ଗରଡ଼ାଙ୍କ ଉପସ୍ଥିତରେ ଚଢ଼ାଉ କରି ୧୮୦୦ଲିଟର ପୋଚ୍ଚ ଓ ୧୬୦ଲିଟର ମଦ ଜବତ କରି ନଷ୍ଟ କରିଥିଲେ। ଗତ ତା.୧୩.୯.୨୦ରିଖ ଦିନ ଶେଷଖାଲ ଥାନା ଅନ୍ତର୍ଗତ ରାଜପୁତ୍ର ଗ୍ରାମରୁ ୩୦୦ଲିଟର ପୋଚ୍ଚ ଜବତ କରି ନଷ୍ଟ କରିଥିଲେ। ସେହିପରି ଗତ ଗୁଣୁପୁର ଅବକାରୀ ଉପନିରୀକ୍ଷକ ଓ ଦଳବଳ ଗୁମୁରିଗୁଡା ଗ୍ରାମରେ ଚଡଉ ୨୦୦ଲିଟର ପୋଚ୍ଚ ଏବଂ ୪୦ଲିଟର ଦେଶୀ ରନ୍ଧାମଦ ଜବତ କରିଥିଲେ । ସେହିପରି ଗୁଡାରୀ ଅବକାରୀ ଉପନିରୀକ୍ଷକ ତାଙ୍କ ଦଳବଳ ସହ ପୋଲିସ କର୍ମଚାରୀଙ୍କ ଓ ମାଜିଷ୍ଟ୍ରେଟ ଶ୍ରୀମତି ଭାରତୀ ଦେବୀଙ୍କ ଉପସ୍ଥିତରେ ମିଳିତ ଭାବରେ ସୁନାରପାଲି ଓ ହ୍ରଲାଗୁଡା ଗ୍ରାମରେ ଚଢ଼ାଉ କରି ୧୮୦୦ ଲିଟର ପୋଚ୍ଚ ଓ ୩୦ଲିଟରମଦ ଜବତ କରିଥିଲେ।
ସେହିପରି ଗତ ୧୪.୯.୨୦ଋଖଦିନ ଶେଷଖାଲ ଥାନା ଅନ୍ତର୍ଗତ ଭେଦୁ ଗ୍ରାମରେ ଚଢ଼ାଉ କରାଯିବା ସହ ୯୦୦ଲିଟର ପୋଚ୍ଚ ଓ ୪୫ଲିଟର ମଦ ଜବତ କରି ନଷ୍ଟ କରିଥିଲେ। ସେହିପରି ଗୁଣୁପୁର ଥାନା ଅନ୍ତର୍ଗତ ରୂପାପାଦୁ ଗ୍ରାମରେ ଚଢ଼ାଉ କରି ୪୫୦ଲିଟର ପୋଚ୍ଚ ଓ ୩୦ଲିଟର ମଦ ସହ ରନ୍ଧା ସାମଗ୍ରୀ ଜବତ କରିବା ସହ ନଷ୍ଟ କରିଥିଲେ । ଗତ ତା ୧୫.୯ ୨୦ଋଖଦିନ ଗୁଡାରୀ ଥାନା ଅନ୍ତର୍ଗତ ପି ଗୁଡାରୀ ଗ୍ରାମରେ ଚଢ଼ାଉ କରି ୪୧୦ ଲିଟର ପୋଚ୍ଚ ଓ ୧୦କିଟର ମଦ ଜବତ କରି ନଷ୍ଟ କରିଥିଲେ। ସେହିପରି ଗତ ୧୬.୯.୨୦ଋଖଦିନ ରାୟଗଡା ଥାନା ଅନ୍ତର୍ଗତ ଟାଲଗୁରୁଟି ଗ୍ରାମରେ ଚଢ଼ାଉ କରି ୧୧୦୦ଲିଟର ପୋଚ୍ଚ ଓ ରନ୍ଧା ସାମଗ୍ରୀ ନଷ୍ଟ କରିଥିଲେ।
ସେହିପରି ଗତ ୨୦.୯.୨୦ଋଖଦିନ ରାୟଗଡା ଅବକାରୀ ମୋବାଇଲ ସ୍କୁଆଡ଼ କାନ୍ଧ ଖାତିପାଦୁରେ ଚଢ଼ାଉ କରି ୧୨୦୦ଲିଟର ପୋଚ୍ଚ ଓ ୭୦ଲିଟର ଦେଶୀ ମଦ ଜବତ କରି ମଦରନ୍ଧା ସାମଗ୍ରୀ ସହ ନଷ୍ଟ କରିଥିଲେ।
ଜିଲ୍ଲା ଅବକାରୀ ବିଭାଗ ଚଳିତ ମାସ ୧୧ତାରିଖରୁ ଆଜ ତା ୨୦.୯.୨୦ରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅବକାରୀ ଥାନ ଅଞ୍ଚଳରେ ବ୍ୟାପକ ଚଢ଼ାଉ କରି ବହୁ ପରିମାଣର ପୋଚ୍ଚ ଓ ଦେଶୀମଦ ଜବତ କରି ନଷ୍ଟ କରାଯାଇଥିବା ଖବର ଜିଲ୍ଲା ଅବକାରୀ ଅଧିକାରୀ ଶ୍ରୀ ଦଣ୍ଡପାଣି ବେହେରା ପ୍ରକାଶ କରିଛନ୍ତି।