01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିବେକ ଭାରତୀ ସେବାଶ୍ରମ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବାଲେଶ୍ବର୧୫/୮(ସଖପ୍ର): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡଗରପଡା ଠାରେ ଥିବା ବିବେକ ଭାରତୀ ସେବାଶ୍ରମ ତରଫରୁ ୭୪ତମ ସ୍ବାଧୀନତା ଦିବସ ପାଳନ ଅବସରରେ ବୃକ୍ଷ ରୋପଣ କରାଯାଇଛି । ଡଗରପଡା ଗ୍ରାମ ଦେଇ କୁପାରୀରୁ ବାଲେଶ୍ବର ପର୍ଯ୍ୟନ୍ତ ଯାଇଥିବା କେନାଲର ଉଭୟ ପାର୍ଶ୍ଵରେ ଏକଶହ ବୃକ୍ଷ ରୋପଣ ହୋଇଥିଲା । କଲିକତାର Rabindra Sarobaro Friends Forum ଏହି ଚାରା ବୃକ୍ଷ ପ୍ରଦାନ କରିଥିଲେ । ଆଜି ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ରାଜ୍ୟ ତଥା ଦେଶର ମହାନ୍ ବିପ୍ଳବୀ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ ସେବାଶ୍ରମ ତରଫରୁ ହୋଇଥିଲା । ସକାଳ ୯ଘଟିକାରେ ଗଣେଶାନନ୍ଦ ପୁରୀ ମହାରାଜାଙ୍କ ଏହା ଦ୍ବାରା ଶୁଭାରମ୍ଭ ହୋଇଥିଲା । ଏଥିରେ ଔପଦା (ଫରେଷ୍ଟ )ରେଞ୍ଜର ବବିତା ସୋରେନ୍,ଯାତ୍ରା କଳାକାର ଦୈତାରି ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ପଣ୍ଡା, ସମାଜସେବୀ ଅଜୟ ପ୍ରଧାନ, କମାରପାଳ ଯୁବ ଗୋଷ୍ଠୀ ଓ ଡଗରପଡା ଗ୍ରାମର ସ୍ବେଚ୍ଛାସେବୀ ମାନେ ସାମିଲ ଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସେବାଶ୍ରମର କର୍ମଚାରୀ ହୃଷିକେଶ ବେହେରା, ମଳୟ ମହାପାତ୍ର, ମିନାକ୍ଷୀ ଦଳାଇ,ମହେନ୍ଦ୍ର ସାହୁ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ଏଥିସହିତ ଖଇରା,ଔପଦା, ସିମୁଳିଆ ଓ ସୋର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବରେ କରୋନା ମହାମାରୀ ପାଇଁ ଜାରି ରହିଥିବା ସାମାଜିକ ଦୂରତାକୁ ବଜାୟ ରଖି ୭୪ତମ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *