ବିବେକ ଭାରତୀ ସେବାଶ୍ରମର ୨୧ତମ ବାର୍ଷିକ ଉତ୍ସବ ପାଳିତ
ବାଲେଶ୍ବର,୨୦/୨–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡଗରପଡା ପଞ୍ଚାୟତ ଡଗରପଡା ଠାରେ ଥିବା ବିବେକ ଭାରତୀ ସେବାଶ୍ରମର ୨୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସେବାଶ୍ରମ କମିଟିର ସଭାପତି ବନମାଳି ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଟକ ଚହଟା ରାମନିଗମେଶ୍ଵର ଆଶ୍ରମର ଅଧ୍ଯକ୍ଷ ସ୍ବାମୀ ଅସୀମାନନ୍ଦ ସରସ୍ବତୀ, ଚାନ୍ଦଗୋଛି ମଠର ଇଷ୍ଟବନ୍ଧୁ ମହାରାଜ, ଡାକ୍ତର ସୃଷ୍ଟିଧର ପାଢୀ, କୈଳାସ ଚନ୍ଦ୍ର ନାୟକ, ଭଦ୍ରକରୁ ଫାରୁକ୍ ଜୀ ଓ ଉପେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ଯ ମାଧ୍ୟମରେ ବହୁ ମୂଲ୍ୟବାନ କଥାମାନ ଶୁଣାଇଥିଲେ ।
ସାଧୁସନ୍ଥ ଓ ସମାଜସେବୀ ମାନଙ୍କ ଦ୍ବାରା ଦେଶପ୍ରେମ ଆଧାରିତ ଓ ଆଧ୍ୟାତ୍ମିକ ଉପଦେଶ ଗୁଡିକୁ ଶୁଣିବା ପାଇଁ ୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ପିଲାମାନେ ସମାଜଉପଯୋଗୀ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୩ ହଜାରରୁ ଉର୍ଦ୍ଧ୍ୱ ଭକ୍ତମାନେ ପିଲାମାନଙ୍କ ୟୋଗକଳା ଓ ଚିତ୍ର ପ୍ରଦଶନି ଦେଖି ଆନନ୍ଦିତ ହୋଇଥିଲେ । ଅଜୟ ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିଲା ବେଳେ ବାର୍ଷିକ ବିବରଣୀ ପାଠ କରିଥିଲେ ହେମକାନ୍ତ ଶିଅ । ସ୍ବାମୀ ଗଣେଶାନନ୍ଦ ପୁରୀ ସ୍ବାଗତଭାଷଣ ଦେଇଥିବା ବେଳେ ମିନାକ୍ଷୀ ଦଳାଇ,ପ୍ରଜ୍ଞା ପାକଳ,ରାମଦାସ ଭାରତ,ସତ୍ଯପ୍ରକାଶ ଭାରତ,ନିତ୍ଯାନନ୍ଦ ଭାରତ,ଅକ୍ଷୟ ଦାଶ ଓ ଜିତେନ୍ଦ୍ର ରାଉତ ପ୍ରମୁଖ ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ବାଲେଶ୍ଵରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ