01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

“ବିବାଦୀୟ ନୁହେଁ କୋଟିଆ” ଜୟପୁରସ୍ଥିତ ଜ୍ୟୋତି କଲ୍ୟାଣମଣ୍ଡପରେ ଆଲୋଚନାଚକ୍ର ଅନୁଷ୍ଠିତ

କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ତା୧୮/୦୨/୨୦୨୧ରିଖ ଜୟପୁରସ୍ଥିତ ଜ୍ୟୋତି କଲ୍ୟାଣମଣ୍ଡପରେ ଓଡ଼ିଶା ସାମ୍ବାଦିକ ୟୁନିଅନ କୋରାପୁଟ ଶାଖା ତରଫରୁ “ବିବାଦୀୟ ନୁହେଁ କୋଟିଆ”ଓଡିଶାର ଶୀର୍ଷକକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଆନ୍ଧ୍ରପ୍ରଦେଶ ଓଡିଶା ମଧ୍ୟରେ ପଶି ନିର୍ବାଚନ କରିବା ଓ ତିନୋଟି ପଞ୍ଚାୟତବାସୀଙ୍କୁ ଭତ୍ତାପ୍ରଦାନ କରିବା ବିଷୟକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି। ଦୁଇରାଜ୍ୟ ମଧ୍ୟରେ ସ୍ଥିତାବସ୍ଥା ଜାରୀ ରହିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଓ ଏହି ବିବାଦ ସଂସଦରେ ସମାଧାନ ଲାଗି ରାୟ ପ୍ରଦାନ କରିଥିଲେ। ଆନ୍ଧ୍ର ସୁପ୍ରିମକୋର୍ଟଙ୍କ ରାୟକୁ ଅବମାନନାକରି ନିର୍ବାଚନ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଓଡିଶା ମଧ୍ୟରେ କରୁଥିବାରୁ ଦୁଇରାଜ୍ୟ ମଧ୍ୟରେ ବିବାଦ ବଢିଚାଲିଛି। ଏହି ପରିପ୍ରେକ୍ଷିରେ ଆଜି ବୁଦ୍ଧିଜୀବୀ ଓ ଜନପ୍ରତିନିଧିଙ୍କୁ ନେଇ ଏକ ଆଲୋଚନାଚକ୍ର ହୋଇଥିଲା। ଆଲୋଚନାରେ ଅନେକଗୁଡିଏ ମତ ପ୍ରକାଶ ପାଇଥିଲା ଯଥା, ଆନ୍ଧ୍ର ଓଡ଼ିଆକୁ ଧସେଇ ପସିଛି, ଜିଲ୍ଲା ପ୍ରଶାସନ କିପରି ଏହା ଜାଣିପାରୁ ନ ଥିଲା, ଏହି ତିନୋଟି ପଞ୍ଚାୟତରେ ପ୍ରତି ୫୦ଟି ପରିବାରକୁ ଜଣେ ଲେଖାଏଁ ସ୍ବେଚ୍ଛାସେବୀ ଆନ୍ଧ୍ର ସରକାର ତରଫରୁ ନିୟୋଜିତ, ତଥାପି ଯେକୌଣସି ପରିସ୍ଥିତିରେ ଆମେ ମାଟି ମା କୁ ଛାଡିବା ନାହିଁ, ଭାରତ ଓ ଚାଇନା ସୀମାବିବାଦ ସମାଧାନ ସଦୃଶ୍ୟ କେନ୍ଦ୍ରସରକାର ଏହି ବିବାଦରେ ହସ୍ତକ୍ଷେପ କରନ୍ତୁ। ଏହି ଆଲୋଚନାଚକ୍ରରେ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ସରକାରୀ ଓକିଲ ବିଷ୍ଣୁ ପାତ୍ର,ବରିଷ୍ଠ ଆଇନଜୀବୀ ମଦନ ନାୟକ,ବାଲା ରାୟ, ବରିଷ୍ଠ ନାଗରିକ ସୁରେଶ ଦାସ, ସାଂସଦ ପ୍ରତିନିଧି କୃଷ୍ଣ ନେପାକ, ବୁଲୁ ସାହୁ, ପୂର୍ବତନ ପୌର ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ, କବିରାଜ ପରମେଶ୍ବର ପାତ୍ର, ପବ୍ଲିକ ରାଇଟ୍ସ ଆସୋସିଏସନର ସଭାପତି ଦେବେନ୍ଦ୍ର ବାହିନୀପତି, ମୀନକେତନ ପରିଚ୍ଛା, ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବିନୋଦ ମହାପାତ୍ର, ରଞ୍ଜିତ ପଟ୍ଟନାୟକ, ୟୁନିଅନର କୋରାପୁଟ ଶାଖା ସଂପାଦକ ରାଜେନ୍ଦ୍ର ଗୌଡ, ବରିଷ୍ଠ ସାମ୍ବାଦିକ ଟି ଗୌରିଶଙ୍କର, ଅନେକ ବୁଦ୍ଧିଜୀବୀ ଓ ସାମ୍ବାଦିକ ସାମ୍ବାଦିକାମାନେ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *