02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିନା ଭକ୍ତରେ ହେବ କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଛତର୍‍ ଯାତ୍ରା

ଭବାନୀପାଟଣା (ସଖପ୍ର): କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତର୍‍ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ମାସ ୨୪ ତାରିଖରେ ଛତର୍‍ ଯାତ୍ରା ଅନୁଷ୍ଠିତ ହେବ।କରୋନା ମହାମାରୀ ଯୋଗୁଁ କୋଭିଡ୍‍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ଙ୍କର ପୂଜାନୀତି ସମ୍ପନ୍ନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଛତର୍‍ ଯାତ୍ରା ପୂର୍ବରୁ ଅକ୍ଟୋବର ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ସହରକୁ ସଟ୍‍ଡାଉନ୍‍ କରାଯାଇ ସହରର ପ୍ରବେଶପଥଗୁଡ଼ିକୁ ସିଲ୍‍ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଟେଲିଭିଜନ ମାଧ୍ୟମରେ ଯାତ୍ରାର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ବୈଠକରେ ସୂଚନା ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *