ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଝରିଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବାର୍ଦ୍ଧକ୍ୟ ,ବିଧବା ,ବିକଳାଙ୍ଗ ଭତ୍ତା ବଣ୍ଟନ କଲେ
ନବରଙ୍ଗପୁର (ସ.ଖ.ପ୍ର ): ବର୍ତ୍ତମାନ କରୋନା ମହାମାରୀ ସମୟରେ ମଧ୍ୟ ଗାଁ ଗଣ୍ଡା ରେ ଥିବା ଗରିବ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସହାରା ହୋଇ ଆଜି ସମସ୍ତଙ୍କ ପ୍ରିୟ ଯୁବ ବିଧାୟକ ଶ୍ରୀ ଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ମହୋଦୟ ଝରିଗାଁ ପଂଚାୟତ ସମିତି ତରଫରୁ ସାତ ଗୋଟି ପଞ୍ଚାୟତ ର ୧୨୧ ଜଣଙ୍କୁ ଏବଂ ଝରିଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଚାରି ଗୋଟି ପଞ୍ଚାୟତ ର ୧୫୯ ଜଣଙ୍କୁ ବାର୍ଦ୍ଧକ୍ୟ ,ବିଧବା ,ବିକଳାଙ୍ଗ ଭତ୍ତା ଏବଂ ଟ୍ରାଏ ସାଇକେଲ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରିଥିଲେ ଏବଂ କରୋନା ବିଷୟରେ ଲୋକଙ୍କୁ ସଚେତନତା କରିବା ସହିତ କିଛି ହିତାଧିକାରୀଙ୍କୁ ମାସ୍କ ବଣ୍ଟନ କରିଥିଲେ।ଏଠାରେ ସାମାଜିକ ଦୂରତାକୁ ସମସ୍ତ ହିତାଧିକାରୀ ଓ ଅଧିକାରୀମାନେ ମାନିଥିଲେ |ଏପରି ସମୟରେ ମଧ୍ୟ ତାଙ୍କୁ ସହାୟତା ମିଳିଥିବା ଯୋଗୁଁ ହିତାଧିକାରୀମାନେ ବହୁତ ଖୁସି ବ୍ୟକ୍ତ କରିଥିଲେ |