ବିଧାୟକ ତାରାପ୍ରସାଦ ବାହିନୀପତୀଙ୍କ କରକମଳରେ ତେଲଙ୍ଗିରୀ ସେତୁର ଉଦଘାଟନ

ବିଧାୟକ ତାରାପ୍ରସାଦ ବାହିନୀପତୀଙ୍କ କରକମଳରେ ତେକୋରାପୁଟଜିଲ୍ଲା/ ବୋରିଗୁମ୍ମା (ସଖପ୍ର): ଆଜି ତା୨୯,୦୭,୨୦୨୦ ରିଖ ନୂଆ ଗାଁ ଠାରୁ ନାରୀ ଗାଁ ମଧ୍ୟରେ ତେଲଙ୍ଗିିରୀ ସେତୁର ଶୁଭ ଉଦଘାଟନ ହୋଇଛି। ମାନ୍ୟବର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସେତୁର ଉଦଘାଟନ କରିଛନ୍ତି। ତା ୦୯,୧୨୨୦୧୬ରିଖ ଏହି ସେତୁକାର୍ଯ୍ୟ ଆରମ୍ଭ ହୋଇ ତା ୦୮,୧୨,୨୦୧୯ରିଖ ସମାପ୍ତ ହୋଇଛି। ସେତୁର ଦୈର୍ଘ୍ୟ ୧କି ୬୮୮ମିଟର ଓ ପ୍ରସ୍ଥ ୮.୩୫ ମିଟର ହୋଇଥିଲାବେଳେ ଅଟକଳ ମୂଲ୍ୟ ଟ୯୫୩୫୮୦୦୦ ଙ୍କା। ଠିକାଦାର ହିମାଂଶୁ ଶେଖର ନାୟକ ଏହି ସେତୁର ନିର୍ମାଣକାର୍ଯ୍ୟ କରିଛନ୍ତି। ଏହି ସେତୁ ହେବାଦ୍ବାରା ଆଖପାଖ ଗାଁର ହଜାର ହଜାର ଜନସାଧାରଣ ଉପକୃତ ହେବେ। ଏହି କାର୍ଯ୍ୟକ୍ରମ ପୂର୍ବତନ ଚେୟାରମ୍ୟାନ ତଥା ବରିଷ୍ଠ ଆଇନଜୀବୀ ମଦନ ମୋହନ ନାୟକଙ୍କ ସଭାପତିତ୍ୱରେ ହୋଇଥିଲା। ରାମଚନ୍ଦ୍ର ପାଢୀ ଏମ୍ ପି ପ୍ସତିନିଧି, ବିମଳା ଚଲାଣ ବ୍ଲକ ଅଧ୍ୟକ୍ଷା, ଅଶୋକ କୁମାର ଗନ୍ତାୟତ ବ୍ଲକ କଂଗ୍ରେସ ସଭାପତି, ବରିଷ୍ଠ କଂଗ୍ରେସ କର୍ମୀ କୃଷ୍ଣପ୍ରସାଦ ଦୋରା, ଶୁ୍ଭ୍ରାଶୁଂ ନାୟକ ଠିକାଦାରଙ୍କ ଭାଇ, ହରିଶ ମୁଦୁଲି କୋଷାଧ୍ୟକ୍ଷ ଜୟପୁର ବାର ଆସୋସିଏସନ, ଯୁବ ଆଇନଜୀବୀ ଦିବାକର ଗୌଡ,ପଦ୍ମଲୋଚନ ଷଡଙ୍ଗୀ, ସୁଧାକର, ନାରୀ ଗାଁ ସରପଞ୍ଚ ଲକ୍ଷ୍ମଣ ନାୟକ, ପି ତିରୁପତି, ଆନନ୍ଦ ରାଓ, ପୂଜକ ପଞ୍ଚାନନ ଦାଶ, ପିଙ୍କୁ ଶତପଥି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
