ବିଧାୟକଙ୍କ ଦ୍ୱାରା ପଦ୍ମପୁର ବ୍ଲକର ବିଭିନ୍ନ ଗ୍ରାମରେ ବହୁ ପ୍ରକଳ୍ପର ଉଦଘାଟନ
ରାୟଗଡ (ସଖପ୍ର):ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଦିନିକିଆ ପଦ୍ମପୁର ବ୍ଲକର ବିଭିନ୍ନ ଗ୍ରାମ ଗସ୍ତ କରି ବହୁ ପ୍ରକଳ୍ପ ଉଦଘାଟନ ସହିତ ବହୁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଜନସାଧାରଣଙ୍କ ସମସ୍ୟା ପଚାରିବୁଝିଥିଲେ, ଖମାପଦାର ପଂଚାୟତର ଡୋକାଶୀକୁଲା ଗ୍ରାମରେ ଏକ ଗୋଷ୍ଟି କେନ୍ଦ୍ର, ଖମାପଦାର ଠାରେ ଏକ ମନ୍ଦିର ଉଦଘାଟନ, ଖିଲାପଦର ପଂଚାୟତର ଲଛମନଗୁଡା ଠାରେ ପାନୀୟ ଜଳ ପ୍ରକଳ୍ପ ସହିତ ଅତିରିକ୍ତ ଶ୍ରେଣୀ ଗୃହ ଗୋଷ୍ଟି କେନ୍ଦ୍ରର ନୂତନ ଗୃହ ଉଦଘାଟନ କରିଥିଲେ। ଗୁଡି଼ବନ୍ଧ ଠାରେ ଦିବ୍ୟଦର୍ଶନ ଆଶ୍ରମ ନିକଟରେ ଏକ ଗୋଷ୍ଟି କେନ୍ଦ୍ର ମାତରବନମ ପୀଠର ଭିତ୍ତିପ୍ରସ୍ତର ସହିତ ରାଉତରଙ୍ଗା ନିକଟର ସୁନାପାଲି ଗ୍ରାମର ବଡନାଳ କେନାଲ ପରେ ଏକ ବ୍ରିଜର ଶୁଭ ଦେଇଥିଲେ। ଏହି ବ୍ରିଜ ପାଇଁ ଲୋକେ ବହୁ ଦିନ ଧରି ଦାବି କରୁଥିଲେ ବୋଲି ବିଧାୟକ କହିଥିଲେ। ଏହି ବ୍ରିଜ ନିର୍ମାଣ ହେଲେ ଏହି ସୁନାପାଲି ଗ୍ରାମର ଜନସାଧାରଣ ବହୁତ ଉପକୃତ ହେବେ। ରାଢୁ ଠାରେ ମିଶନ ଶକ୍ତି ଗୃହ ଡ଼େରିଙ୍ଗା ଠାରେ ଏକ ଗୋଷ୍ଟି କେନ୍ଦ୍ରର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମର ଜ଼ିଲ୍ଲା ବିଜୁ ଛାତ୍ର ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ବିଜେଡି ବ୍ଲକ ସଭାପତି ମଣ୍ଟୁ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ, ବରିଷ୍ଠ ବିଜେଡି ନେତା ରଘୁନନ୍ଦନ ନାୟକ, ଦୁର୍ଗା ପ୍ରସାଦ ସାହୁ, ବୁଢ଼ା ଦଳେଇ ପ୍ରମୁଖ ଉପସ୍ଥିତ ରହିଥିଲେ।
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ