ବିଦ୍ୟୁତ ଆଘାତରେ ନାବାଳିକାର ମୃତ୍ୟୁ…
ମାଲକାନଗିରି (ସ. ଖ. ପ୍ର ):ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବଣ୍ଡାମାଝୀ ଗୁଡା ରେ ଏକ ଅଘଟଣ ଘଟିଯାଇଛି |ସେଠି ରହୁଥିବା ଲିଂଗରାଜ ପୂଜାରୀଙ୍କ ୭ ବର୍ଷର ଝିଅ ମୌସମୀ ପୂଜାରୀ ପଡିଆରେ ଖେଳୁଥିବା ସମୟରେ ସେଠାରେ ଆଗରୁ ଛିଡିଯାଇଥିବା ୧୧ କେ ଭି ତାର ସଂସ୍ପର୍ଶରେ ଆସି ସେଠାରେ ଆଚେତ ହୋଇ ପଡିଯାଇଥିଲା |ତାକୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯିବାରୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ |ବିଦ୍ୟୁତ ବିଭାଗ ଏହାପାଇଁ ଦାଈ ବୋଲି ଗ୍ରାମବାସି ଅଭିଯୋଗ କରିଛନ୍ତି |ସର୍ବଦା ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ନିଜ ମତ ରଖିଛନ୍ତି |