ବିଦ୍ୟାସାଗର ଏକାଡେମୀ ବରଗଡ ତରଫରୁ ରକ୍ତ କର୍କଟ ପୀଡିତ ଶିଶୁକୁ ସହାୟତା ପ୍ରଦାନ
ବରଗଡଜିଲ୍ଲା: ବରଗଡର ଡ୍ୟାମ କଲୋନୀ ନିବାସୀ ଶ୍ରୀ ଅଜୟ ଦୀପଙ୍କ ପୁଅ ରୋହିତ ଦୀପ ବୟସ ୫ ବର୍ଷ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ। ସେ ବୁର୍ଲା, କଟକ ଏବଂ ରାୟପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସି ନଥିଲା, ତେଣୁ ଡାକ୍ତରମାନେ ତାଙ୍କୁ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ପରିବାରର ଆର୍ଥିକ ଅବସ୍ଥା ସ୍ବଛ୍ଛଳ ନଥିବାରୁ ଚିକିତ୍ସାରେ ବାଧକ ହୋଇଥିଲା । କୌଣସି ମତେ ଖବର ପାଇ ବିଦ୍ୟାସାଗର ଏକାଡେମୀର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ବଳରାମ ବିଶି
ଏକ ସହାୟତାର ହାତ ବଢେଇ 20,000 (କୋଡ଼ିଏ ହଜାର) ଦାନ କରିଛନ୍ତି। ସହାୟତା ସମୟରେ ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ତଥା ବିଦ୍ୟାଳୟର ନିର୍ଦ୍ଦେଶକ ଜୟଦେବ ଭୋଇ ଏବଂ ନିର୍ଦ୍ଦେଶକ ସୁଧା ଭୋଇ, ମଞ୍ଜୁଲାଟା ବାଟିଆ, ବିନିତା ଭୋଇ, ରିଙ୍କି ବାରିକ, ସାନୁକଟା ଦେବତା, ମିଲି ସାହୁ, ପ୍ରିୟଦର୍ଶିନୀ ସୁନା, ବାଲକୃଷ୍ଣ ପ୍ରଧାନ ଉପସ୍ଥିତ ଥାଇ ଚିକିତ୍ସା ସକାଶେ ଅଜୟଙ୍କ ସଂପର୍କୀୟ ତୁଳାରାମ ମହାନନ୍ଦଙ୍କୁ ଚେୟାରମ୍ୟାନ ସହାୟତା ରାଶି ପ୍ରଦାନ କରିଥିଲେ ।
ବରଗଡ ପ୍ରତିନିଧି ମୋତିଲାଲ ବାଗ