ବିଦ୍ୟାଳୟ ନ ଯାଇ କିପରି ଦରମା ପାଉଛନ୍ତି ଶିକ୍ଷୟିତ୍ରୀ, (ସନ୍ଦେହରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟ)
ରାୟଗଡା : କୋଲନରା ବ୍ଲକ ଅନ୍ତର୍ଗତ କାଟିକଣା ଗ୍ରାମ ପଞ୍ଚାୟତର ପାଣିଛତ୍ର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି | ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ନିୟମିତ ଭାବେ ବିଦ୍ୟାଳୟ ଯାଉ ନଥିବା ଜଣାପଡିଛି | ଶିକ୍ଷୟିତ୍ରୀ ଜଣକ ମାସକୁ ଖୁବ କମ ଦିନ ନିଜ କାର୍ଯ୍ୟରେ ଯୋଗ ଦେଉଥିବା ବେଳେ କିଭଳି ଭାବେ ତାଙ୍କୁ ଦରମା ପ୍ରଦାନ କରାଯାଉଛି ତାହା ଏବେ ସମସ୍ତଙ୍କୁ ଚକିତ କରିଛି | ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ବିଦ୍ୟାଳୟ ଯାଉ ନଥିଲେ ମଧ୍ୟ ତାଙ୍କ ଦରମା କରିବାରେ ସାହାଯ୍ୟ କରୁଛନ୍ତି ତାହା ଏବେ ସନ୍ଦେହ ଘେର ମଧ୍ୟରେ ରହିଥିବା ଜଣାପଡିଛି | ସୂଚନା ମୁତାବକ, ପାଣିଛତ୍ର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୧୯୫୭ ମସିହାରେ ସ୍ଥାପିତ ହୋଇଥିବା ବେଳେ ଶିକ୍ଷାର ମାନ ବାଟବଣା ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୪ ଜଣ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଭାବେ ମୋଟ ୨୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି | ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ଜଣେ ସହକାରୀ ଶିକ୍ଷୟିତ୍ରୀ, ଜଣେ ସହକାରୀ ଶିକ୍ଷକ ଓ ଅନ୍ୟ ଜଣେ ବହୁଭାଷୀ ଶିକ୍ଷୟିତ୍ରୀ ଏହିଭଳି ଭାବେ ମୋଟ ୪ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା | କିନ୍ତୁ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ କୋଲନରା ଡେପୁଟେସନରେ ପଠା ଯାଇଥିବା ବେଳେ ବର୍ତମାନ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି | ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ନେଇ ଭିନ୍ନ ଭିନ୍ନ ଢଙ୍ଗରେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ ନିରୂପଣ କରିବା ସହ ନିଜକୁ ଜଣେ ଆଦର୍ଶ ଛାତ୍ରଛାତ୍ରୀ ଗଠନ କରିବା ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ଶିକ୍ଷା ବିଭାଗର ନୀତି ଅନୁସାରେ ୨୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଶିକ୍ଷକଙ୍କୁ ନିଯୁକ୍ତି ରହିଥିବା ବେଳେ କିଭଳି ଭାବେ ୨୭ ଜଣ ପିଲାଙ୍କୁ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରିଛନ୍ତି | ସରକାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୋଟା ଅଙ୍କରେ ଦରମା ଦେଇ ନିୟୋଜିତ କରି ଶିକ୍ଷାର ମାନ ଦଣ୍ଡ ଓ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଚ୍ଚ ସ୍ତରକୁ ନେବାପାଇଁ ନିଯୁକ୍ତି ଦେଇଛନ୍ତି | କିନ୍ତୁ ରାୟଗଡା ଜିଲ୍ଲା ଶିକ୍ଷା ବିଭାଗର କୋଲନରା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଆଞ୍ଚଳିକ ସାଧନ କେନ୍ଦ୍ର ଭୋଇମଡା ସ୍ଥିତ ପାଣିଛତ୍ର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି | ଗ୍ରୀଷ୍ମ ଛୁଟି ସାରି ବିଦ୍ୟାଳୟ ଗୁଡିକ ଖୋଲିଥିବା ବେଳେ ପାଣିଛତ୍ର ଗ୍ରାମରେ ଥିବା ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ପଦ୍ମିନୀ ପାଣିଗ୍ରାହୀ ନିୟମିତ ବିଦ୍ୟାଳୟ ନ ଯାଇକି ମଧ୍ୟ କିଭଳି ଭାବେ ଦରମା ପାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି | ଜିଲ୍ଲା ଶିକ୍ଷା ବିଭାଗ ଶିକ୍ଷାର ହାରକୁ ନେଇ ପ୍ରଚାର ପ୍ରସାର କରୁଥିବା ବେଳେ ଶିକ୍ଷୟିତ୍ରୀ ଜଣକ କିଭଳି ଭାବେ ନିୟୋମିତ ବିଦ୍ୟାଳୟ ଆସୁ ନଥିବା ବେଳେ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ପ୍ରଧାନ କାହିଁକି ତାଗିଦ ନକରି ନିରବ ରହୁଛନ୍ତି ଏବଂ ପ୍ରଧାନ ଶିକ୍ଷକ ଓ ଅନୁପସ୍ଥିତ ଥିବା ଶିକ୍ଷୟିତ୍ରୀ ଜଣକ ମଧ୍ୟରେ କୌଣସି ମଧୁଚନ୍ଦ୍ରିକା ନାହିଁତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଉକ୍ତ ବିଦ୍ୟାଳୟ ସ୍ଥାପିତ ହୋଇ ଦୀର୍ଘ ୬୬ ବର୍ଷ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟର ଗୋଟିଏ ହେଲେ ଛାତ୍ରଛାତ୍ରୀ କୌଣସି ପ୍ରକାର ବୃତ୍ତି ଆଜିଯାଏଁ ପାଇ ନଥିବା ଗ୍ରାମବାସୀ କହିଛନ୍ତି | ସୂଚନା ଯୋଗ୍ୟ, ଓଡିଶା ଶିକ୍ଷା ବିଭାଗର ସ୍ଥାନ ଆହୁରି ୧୪ଟି ସ୍ଥାନକୁ ତଳକୁ ତଳ ଖସି ଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିବା ବେଳେ ଉଦାହରଣ ସ୍ୱରୂପ ଗାଢ଼ ନିଦ୍ରାରେ ରାୟଗଡା ଜିଲ୍ଲା ଶିକ୍ଷା ବିଭାଗ | ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ଜଣକ ବହୁତ ଦୁର ବାଟରୁ ଆସୁଥିବା ହେତୁ ଦିନେ ଦୁଇଦିନ ଆସୁଥିବା କହିବା ସହ ଏ ସମ୍ପର୍କ ନେଇ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀ ମାନଙ୍କୁ ଅବଗତ କରେଇଥିବା ସେ କହିଥିଲେ | ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାଇ ଯଦି ଶିକ୍ଷୟିତ୍ରୀ ଜଣକର ଅସୁବିଧା ସମ୍ପର୍କରେ ସେ ପୂର୍ବରୁ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଅବଗତ କରିଛନ୍ତି ତ ଆଜି ପର୍ଯ୍ୟନ୍ତ କିଭଳି ସେହି ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି ଏବଂ କେମିତି ଦରମା କରାଯାଉଛି | ଅଧିକାରୀଙ୍କ ସହ ସଲା ସୁତୁରା ହେଉନି ତ ବୋଲି ସାଧାରଣରେ ମତପ୍ରକାଶ ପାଇଛି | ସେହିପରି ଭୋଇମଡା କ୍ଲଷ୍ଟର ସିଆରସିସି ଯୁଧିଷ୍ଠିର ମୁଟୁକା ତଦନ୍ତ କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାପାଇଁ କୁହାଯିବ ବୋଲି ସେ କହିଥିଲେ | ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପଦ୍ମିନୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାଣିଛତ୍ର ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି |
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ