ବିଦାୟୀ ଏସ୍ଡିପିଓ ମାନସ ରଞ୍ଜନ ବାରିକଙ୍କୁ ଭବ୍ୟ ସମ୍ବର୍ଦ୍ଧନା.
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ପୋଲିସ ଅଧିକାରୀ ମାନସ ରଞ୍ଜନ ବାରିକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ସହ ନୂତନ ଉପଖଣ୍ଡ ପୋଲିସ ଅଧିକାରୀ ସୁନାରାମ ହେମରମଙ୍କୁ ଧୁମଧାମରେ ସ୍ୱାଗତ କରାଯାଇଛି । ସ୍ଥାନୀୟ ଜନସାଧାରଣ ସମେତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଓ ବାଲିମେଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏସ୍ଡିପିଓ ବାରିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସହ ନୂତନ ଏସ୍ଡିପିଓ ଙ୍କୁ ସ୍ୱାଗତ କରିଥିଲେ । ଏସ୍ଡିପିଓ ବାରିକ ଙ୍କୁ ବିଦାୟ ସମୟରେ ବାଲିମେଳା ସହରରେ ଭାବ ବିହଳର ପରିବେଶ ଦେଖିବାକୁ ମିଳିଥିଲା । ଗତ ଦୁଇ ବର୍ଷ ମଧ୍ୟରେ ଏସ୍ଡିପିଓ ବାରିକ ବାଲିମେଳା ଓ ଚିତ୍ରକୋଣ୍ଡାର ଆଇନ ଶୃଙ୍ଖଳାକୁ ସୁଧରିବା ସହ ସ୍ୱଚ୍ଛତା ଓ ପରିବେଶ ସଚେତନତା କାମ ଅନେକ କରିଛନ୍ତି । ତାହା ଲୋକମାନେ ଜମା ଭୁଲିପାରୁ ନାହାନ୍ତି । ବାଲିମେଳା ବଣିକ ସଂଘର ସଭାପତି ପ୍ରଦୀପ କୁମାର ନାୟକଙ୍କ ସହ ଜଗନ୍ନାଥ ମନ୍ଦିର ର ସଭପତି ଓ ବାଲିମେଳା ର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି । ଏବଂ ସନ୍ଧ୍ୟା ସମୟରେ ବାଲିମେଳାର ଗଣମାଧ୍ୟମ ପ୍ରତିନିଧି ମାନେ ସ୍ୱତନ୍ତ୍ର ଭାବେ ଏସ୍ଡିପିଓ ବାରିକଙ୍କୁ ସାକ୍ଷାତ କରି ବିଦାୟ ଦେବା ସହ ନୂତନ ଭବେ ଦାୟିତ୍ୱ ନେଇ ଥିବା ଏସ୍ଡିପିଓ ସୁନାରାମ ହେମରମଙ୍କୁ ସ୍ୱାଗତ କରିଥିଲେ ।ଶ୍ରୀ ବାରିକଙ୍କ କାର୍ଯ୍ୟକୁ ମୁଁ ଠିକ ଭାବେ ଆଗେଇନେବି ବୋଲି ସେ କହିଥିଲେ |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ