06/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଡିଓଙ୍କୁ ବଦଳି କରିବାପାଇଁ ବ୍ଲକ ଅଧ୍ୟକ୍ଷାଙ୍କ ସହ ଖଇରପୁଟ ଅଞ୍ଚଳବାସୀ ସାଂସଦଙ୍କୁ ଭେଟି ଦରଖାସ୍ତ ଦେଲେ…

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବିଡିଓ ବିଶ୍ୱଜିତ ବର୍ମନଙ୍କ ବିରୋଧରେ ଦୁର୍ନିତି ଓ ଲୋକ ପ୍ରତିନିଧିଙ୍କୁ ଖରାପବ୍ୟବହାର ଦେଖାଇବା ବିରୋଧରେ ଅଭି ଯୋଗକରି ବ୍ଲକଅଧ୍ୟକ୍ଷା ଙ୍କ ସହିତ ଅଚଂଳବାସୀ ଆଜି ମାଲକାନଗିରି ଠାରେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ଙ୍କୁ ଭେଟି ଦରଖାସ୍ତ ଦେଇଛନ୍ତି । ବିଡିଓ ପ୍ରତିଦିନ ୧୨ଟାରେ ଅଫିସ ଆସି ଅପରାହ୍ନ ୩ଟାରେ ତାଙ୍କ ବାସଭବନ କୁ ପଳାଇଥାନ୍ତି,ବିଭିନ୍ନ କାମରେ ଦୁରଦୁରାନ୍ତ ଗ୍ରାମରୁ ଆସୁଥିବା ଆଦିବାସୀ ଲୋକେ ବିଡିଓଙ୍କୁ ନପାଇ ହତାସ ହୋଇଫେରି ଯାଇଥାନ୍ତି । ଏପରିକି ସେ ପଚାଂୟତ ସମିତି ବୌଠକକୁ ମଧ୍ୟ ବହୁବିଳମ୍ବରେ ଆସି ଶିଘ୍ରପଳାଇ ଥାନ୍ତି ,ବ୍ଲକର ବିଭିନ୍ନ ଉନ୍ନୟନ କାମରେ ସେ ବ୍ୟାପକ ଦୁର୍ନିତି କରିଥିବା ବେଳେ ଲୋକପ୍ରତି ନିଧି ତାଙ୍କୁ କିଛି ପଚାରିଲେ ସେମାନଙ୍କ ପ୍ରତି ସେ ଦୁବ ର୍୍ୟବହାର କରିଥିବାର ଲୋକପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି ।

ବିଡିଓ ଙ୍କୁ ତୁରନ୍ତ ଖଇରପୁଟ ବ୍ଲକରୁ ଅନ୍ୟତ୍ର ବଦଳି କରିବା ପାଇଁ ବ୍ଲକ ଅଧ୍ୟକ୍ଷା,ସରପଚଂ,ସମତି ସଭ୍ୟ ଓ ଅନ୍ୟ ଲୋକପ୍ରତିନିଧି ଙ୍କ ସହିତ ଖଇରପୁଟ ଅଚଂଳବାସୀ ସାଂସଦଙ୍କୁ ଦରଖାସ୍ତ ଦେବାସହିତ ପଚାଂୟତ ରାଜ ମନ୍ତ୍ରୀ ,ପଚାଂୟତ ରାଜ ସଚିବ ଙ୍କୁ ଦରଖାସ୍ତ ପଠାଇଥିବାର ଜଣାପଡିଛି ।ବି ଡି ଓ ଙ୍କ ଅଭଦ୍ରାମୀରେ ଅଂଚଳର ଅନ୍ୟ ଅନୁଷ୍ଠାନର କର୍ମଚାରୀମାନେ ଅତିଷ୍ଠ ହୋଇ ପଡିଛନ୍ତି |ଦେଖିବାକୁ ବାକିରହିଲା କେବେ ତାଙ୍କୁ ପ୍ରଶାସନ ଏଠାରୁ ବଦଳି କରୁଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *