ବିଜ୍ଞାନ ଇଣ୍ଟରନ୍ୟାସନାଲ ସ୍କୁଲର ନୂତନକୋଠା ଉଦଘାଟନ ହେଲା

କୋରାପୁଟଜିଲ୍ଲା(ସଖପ୍ର): ଜୟପୁରସ୍ଥିତ ଫୁଲବାଡ ଠାରେ ବିଜ୍ଞାନ ଇଣ୍ଟରନ୍ୟାସନାଲ ସ୍କୁଲର ନୂତନ କୋଠା ଲୋକାର୍ପିତ ହୋଇଛି।ଏହା ସହ ବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଓ ସରସ୍ବତୀ ପୂଜା ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଡିଭାଇନ୍ ଲାଇଫ୍ ସୋସାଇଟିର ସ୍ବାମୀ ପରମପ୍ରିୟ ନନ୍ଦ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଏନ୍ ଶ୍ରୀନିବାସ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବାବେଳେ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରକାଶ କୁମାର ନାୟକ ବିଦ୍ୟାଳୟର ଆଭିମୁଖ୍ୟ ଓ ଲକ୍ଷ ସଂପର୍କରେ ଆଲୋକପାତ କରିଥିଲେ। ସସ୍ମିତା ରଥ ମଞ୍ଚ ସଂଯୋଜନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ରାମନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ସ୍ମରଣିକା “ସମାଧାନ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ତାପରେ ଛାତ୍ରୀମାନେ ଓଡିଶୀନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଟ୍ରଷ୍ଟ ସଭ୍ୟ,ପରିଚାଳନା କମିଟିର ସଭ୍ୟ, ଅବିଭାବକ,ସହରର ବୁଦ୍ଧିଜୀବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।