ବିଜେପି ତରଫରୁ ଖବର କାଗଜ ବିତରକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ବରଗଡଜିଲ୍ଲା : କୋଭିଡ-୧୯ ମହାମାରୀ କରୋନା ବିପର୍ଯ୍ୟୟ ସମୟରେ ସାରା ଦେଶରେ ଚାଲିଥିବା ଲକଡାଉନ ଏବେ ଚତୁର୍ଥ ପର୍ଯ୍ୟାୟରେ ପହଁଚିଛି । ଏହି ମହାମାରୀ ସମୟରେ ମଧ୍ୟ ଖବରକାଗଜ ବିତରକ ବନ୍ଧୁମାନେ କରୋନା ଯୋଦ୍ଧା ଭଳି ନିଜ ଜୀବନକୁ ବାଜି ଲଗେଇ ଘରେ ଘରେ ଖବର ପହଞ୍ଚାଉଛନ୍ତି । ଲକଡାଉନରେ ଏମାନଙ୍କ ଆର୍ଥିକ ପରିସ୍ଥିତି ଅତି ସାଙ୍ଘାତିକ ଅବସ୍ଥାରେ ଅଛି ଏମାନେ ମଧ୍ୟ ଭୋକ ଉପାସରେ ଦିନ କାଟୁଛନ୍ତି। ଏଣୁ ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ସାମାଜିକ ଦୂରତା ରଖି ଏକ ଛୋଟିଆ କାର୍ଯ୍ୟକ୍ରମର ଆୟୋଜନ କରି ପ୍ରାୟ ୪୨ ଜଣ ବିତରକଙ୍କୁ ସମ୍ମାନ ଜଣାଇ ମାସ୍କ, ସାବୁନ ଓ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଆଜି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ରାଜ୍ୟ ଯୁବମୋର୍ଚା ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ବର ଶତପଥୀ, ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ ଦାଶ, ପ୍ରୀତମ ସିଂ, ବରଗଡ଼ ନଗର ସଭାପତି ସୁବ୍ରତ ହୋତା, ରାଜ୍ୟ ଯୁବମୋର୍ଚା ସମ୍ପାଦକ ଇରାସିସ ଆଚାର୍ଯ୍ୟ , ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ ବହିଦାର, ଦେବେଶ ଶତପଥୀ, ଯୁଧିଷ୍ଠିର ମେହେର , ଅଭିଜିତ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।
ବରଗଡ ବ୍ୟୁରୋ ମୋତିଲାଲ ବାଗ