ବିଜେପିର ଶଶାହାଣ୍ଡି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
କୋରାପୁଟଜିଲ୍ଲା/ବୋରିଗୁମ୍ମା (ସଖପ୍ର): ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିଜାପୁର ଶିବ ମନ୍ଦିର ପରିସର ଠାରେ ବିଜେପିର ଶଶାହାଣ୍ଡି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶଶାହାଣ୍ଡି ବିଜେପି ମଣ୍ଡଳ ସଭାପତି ଜି.ରାଜା ରାଓଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରମେଶ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରମେଶ ଚନ୍ଦ୍ର ମିଶ୍ର ଓ ସୁନିଲ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶଶାହାଣ୍ଡି ବିଜେପି ମଣ୍ଡଳରେ ତୃଣମୂଳ ସ୍ତରରେ କିପରି ବିଜେପି ସୁଦୃଢ ହୋଇପାରିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି କରିଥିବା ବେଳେ ଶଶାହାଣ୍ଡି ମଣ୍ଡଳ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି ବୋଲି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀ ଜେନା ଅଭିଯୋଗ କରିଥିଲେ। ଏଣୁ ଉପସ୍ଥିତ ଶଶାହାଣ୍ଡି ମଣ୍ଡଳର ୧୨ ଗୋଟି ପଞ୍ଚାୟତରୁ ଆସିଥିବା ବିଜେପି କର୍ମୀ ମାନଙ୍କୁ ବୁଥ ସ୍ତରରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଖଗେଶ୍ୱର ପୂଜାରୀ, ସସାହାଣ୍ଡି ମଣ୍ଡଳର ସାଧାରଣ ସମ୍ପାଦକ ମହେନ୍ଦ୍ର କୁମାର ପଣ୍ଡା,ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।