03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଜୁ ଯୁବ ଜନତାଦଳ ରାୟଗଡା ଓ ରାୟଗଡା ବନାଞ୍ଚଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ


ରାୟଗଡ (ସଖପ୍ର): ଆଜି ରାୟଗଡା ଜିଲ୍ଲା ସଦର ମହାକୁମା ଅନ୍ତର୍ଗତ ବାରୀଝୋଲା ବାଇପାସ ରାସ୍ତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖାଡଙ୍ଗା ଓ ରାୟଗଡା ନଗର ବିଜୁ ଜନତାଦଳ ସଭାପତି ସତ୍ୟ ପାଢ଼ୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା, ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଅନୁଶୁୟା ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଅମ୍ବିକା ବିଡିକା, ବରିଷ୍ଠ ବିଜେଡି ନେତା ମାଦା ରାଓ କଣ୍ଡଗୋରୀ ଯୋଗଦେଇଥିଲେ । ରାୟଗଡା ବନାଞ୍ଚଳ ପକ୍ଷରୁ ଚମ୍ପା ଗଛ, ବାଦାମ ଗଛ, ନିମ୍ବ ଏହି ପରି ବିଭିନ୍ନ ବୃକ୍ଷ ପ୍ରାୟ 300 ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡା ଡି ଏଫଓ ଶ୍ରୀବିଜୟ କୁମାର ପରିଡ଼ା ରାୟଗଡା ବନାଞ୍ଚଳ ଅଧିକାରୀ ଅଶୋକ କୁମାର ପ୍ରଧାନ ଓ ଫରେଷ୍ଟର ଶ୍ରୀ ଅନିଲ କୁମାର ପାଣିଗ୍ରାହୀ, ସନ୍ତୋଷ ପାଣିଗ୍ରାହୀ ଉପସ୍ଥିତ ସହ ଏହି କାର୍ଯ୍ୟକ୍ରମ ଫରେଷ୍ଟ ବିଭାଗ ପକ୍ଷରୁ ପରିଚାଳନା କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସାରକା ଓ ଡିଏଫଓ ଶ୍ରୀ ପରିଡା ମଣିଷଟିଏ ଗଛଟିଏ ଲଗାଇବାକୁ ଜନସାଧାରଣଙ୍କୁ ବାର୍ତା ଦେଇଥିଲେ ଓ ବୃକ୍ଷ ରୋପଣ ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସାଙ୍ଗକୁ ବାୟୁ ମଣ୍ଡଳ ଏକ ଦମ ପରିଷ୍କାର ରହିବ ଆମେ ସମସ୍ତେ ଆରାମରେ ରହିପାରିବା ବୋଲି ମନ୍ତ୍ରୀ କହିଥିଲେ।

ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *