ବିଜୁ ଯୁବବାହିନୀ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାୟଗଡା ଜ଼ିଲ୍ଲା: (ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରକ୍ତଦାନ ଏକ ମହତ କାମ ,ଏହିପରି ଏକ ପୁଣ୍ୟ କାମ କରିବାକୁ ଏହି ତାଲା ବନ୍ଦ ସମୟରେ ଆଗେଇ ଆସିଛନ୍ତି ବିଜୁ ଯୁବବାହିନୀର ସଦସ୍ୟ ମାନେ । ବିଜୁ ଯୁବବାହିନୀ ପୌରପରିଷଦ ରାୟଗଡା ଓ କୋଲନରା ଓ ରାୟଗଡା ବ୍ଲକ ପକ୍ଷରୁ ଏକ ରକ୍ତ ଦାନ ଶିବିର ରାୟଗଡା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କରୋନା ମହାମାରୀ ଯେପରି ଭାବେ ନିଜର କାୟା ବିସ୍ତାର କରିଚାଲିଛି ଯଦ୍ୱାରା ରକ୍ତର ଅଭାବ ରକ୍ତ ଭଣ୍ଡାରରେ ଦେଖାଦେଇଛି। ଏହି ଅସମୟରେ ବିଜୁ ଯୁବବାହିନୀର ସଦସ୍ୟ ମାନେ ଆଜି ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଛନ୍ତି। ଠିକ ସେହିପରି ଜଣେ ପୋଲିସ କର୍ମଚାରୀ ତଥା ଜ଼ିଲପାଳଙ୍କ ସୁରକ୍ଷା ଦାଇତ୍ୱରେ ଥିବା କର୍ମଚାରୀ ଶ୍ରୀ ମନୋଜ କୁମାର ପଣ୍ଡା ମଧ୍ୟ ରକ୍ତଦାନ କରିଛନ୍ତି। ଏହି ଶିବିରକୁ ଜ଼ିଲ୍ଲାପାଳଶ୍ରୀ ପ୍ରମୋଦ କୁମାର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତ୍ତବନ୍ଧୁ ନାୟକ, ଡିପିଏମ ରାଜେଶ ପଟ୍ଟନାୟକ, ଜ଼ିଲ୍ଲା କ୍ରୀଡା ଅଧିକାରୀ ଶେଖ ଉପସ୍ଥିତ ରହିଥିଲେ। ଏହି ରକ୍ତଦାନ ଶିବିରକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡା ମୋହମଦ ଆଜ଼ିଜ଼ ପରିଚାଳନା କରିଥିଲେ। ବିଜୁ ଯୁବବାହିନୀ କୋଳନରା ଓ ରାୟଗଡା ବ୍ଲକ ତଥା ପୋୖର ପରିଷଦ ରାୟଗଡାର ସଦସ୍ୟ ମାନେ ରକ୍ତଦାନ କରିଥିଲେ। ଏହି ସମୟରେ ବିଜୁ ଯୁବବାହିନୀର ସଦସ୍ୟ ମାନେ ରକ୍ତଦାନ କରିଥିବାରୁ ଜ଼ିଲ୍ଲାପାଳ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।