ବିଜୁ ଜନତା ଦଳର ସକ୍ରିୟ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ
ମାଲକାନଗିରିଜିଲ୍ଲା/ବାଲିମେଳା ୧୪/୧୧(ସଖପ୍ର): ଗତ କାଲି ସନ୍ଧ୍ୟା 7 ଘଟିକା ସମୟରେ ବାଲିମେଳା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତାଙ୍କୁ ନେଇ ନଗର ସଭାପତି ଶ୍ରୀଯୁକ୍ତ ମଙ୍ଗଳା ପାଙ୍ଗିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ସକ୍ରିୟ ସଭ୍ୟ ସଂଗ୍ରହ, ଦଳଗତ ମିଶ୍ରଣ ବାଲିମେଳା ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା। ସମସ୍ୟା ସମାଧାନ କରିବା ଓ ଦଳର କାର୍ଯ୍ୟ ସମ୍ପର୍କରେ ଦୃଷ୍ଟିଗୋଚର କରାଇବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ବିଶେଷ କରି ନୂତନ ଭାବରେ ମିଶିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ଶ୍ରୀଯୁକ୍ତ କୃଷ୍ଣ ବାଘଙ୍କୁ ଦଳରେ ନେବା ନିମନ୍ତେ ସମସ୍ତ କର୍ମୀ ଅନିଚ୍ଛା ପ୍ରକାଶ କରି ବିରୋଧ କରିଥିଲେ । ପରିଶେଷରେ ଏହି ନିଷ୍ପତିକୁ ସାଦର ଗ୍ରହଣ କରାଯାଇଥିଲା । ଏହି ବୈଠକରେ ନଗର ସଭାପତି ଶ୍ରୀ ଲଡ଼ୁ କିଶୋର ପାଣିଗ୍ରାହୀ, ପୂର୍ବତନ ସାଂସଦ ପ୍ରତିନିଧି ଶ୍ରୀମତୀ କୁନି ମହାନ୍ତି, ପୂର୍ଣ୍ଣ ଭତ୍ରା, ଟୁକୁଲୁ ପ୍ରଧାନ, ବାବୁଲା ରାଉତ, ସଂଜୟ ପଟ୍ଟନାୟକ, ରେବତୀ ଗୌଡ଼, ତପନ ନାୟକ, ବାବୁ ସେଠୀ, ଭଗବାନ ମହାରଣା, ଦୁର୍ଯ୍ୟ ମାଣ୍ଡି, ସୁରେଶ୍ ସଗରୀୟା, ନିରଞ୍ଜନ ବେହେରା, କାଳିଆ ପ୍ରଧାନ ଓ ଅନ୍ୟାନ୍ୟ କର୍ମୀ ବୃନ୍ଦ ଉପସ୍ଥିତ ରହିଥିଲେ ।