ବିଜୁ ଜନତାଦଳ କୋଟପାଡ଼ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟଜିଲ୍ଲା(ସଖପ୍ର)କୋଟପାଡ଼: ବିଜୁ ଜନତାଦଳ କୋଟପାଡ଼ ତରଫରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସାରିଛି। ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଉଦଘାଟନ କରିଥିବା ବେଳେ ମୋଟ 77 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାର ସୂଚନା ମିଳିଛି। ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ବିଭିନ୍ନ ଜାଗାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସେବା କରାଯାଉଥିବା ବେଳେ ଏହି ପ୍ରୟାସ ଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟି ଥିବାର ଦେଖାଯାଇଛି। କୋଟପାଡ଼ ଠାରେ ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ପଙ୍କଜ କୁମାର ପାତ୍ରଙ୍କ ସହ ସାଂସଦ ପ୍ରତିନିଧି ସୁଶାନ୍ତ ବକ୍ସି, ବ୍ଲକ ସାଂସଦ ପ୍ରତିନିଧି ତ୍ରିପତି ବାଲାଜୀ ମହାନ୍ତି, ବ୍ଲକ ବିଜେଡି ସଭାପତି ଗୋପାଲ ଲାଲ ସିଂହଦେଓ, NAC ସଭାପତି ଅରିଫ ପଟେଲଙ୍କ ସହ ଦଳୀୟ ବହୁକର୍ମୀ ଓ ସ୍ବେଛାସେବୀ ଯୋଗଦେଇ ରକ୍ତଦାନ କରିଥିଲେ।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ