ବିଜୁ ଜନତାଦଳର କର୍ମୀସମ୍ମିଳନୀ ବୈଠକ ଅନୁଷ୍ଠିତ

ମାଲକାନଗିରି (ସ.ଖ.ପ୍ର): ଆଜି ପଡିଆବ୍ଲକ ଅନ୍ତର୍ଗତ ବାପନପାଲ୍ଲୀ ଗ୍ରାମ ପଂଚାୟତରେ ବିଜୁ ଜନତା ଦଳର କର୍ମୀସମ୍ମିଳନୀ ବୈଠକ ଆୟୋଜନ କରାଯାଇଥିଲା ଏଥିରେ ସମସ୍ତ ୱାର୍ଡରୁ କର୍ମୀ ଆସି ଉପସ୍ଥିତ ହୋଇଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ଜନହିତକର ଯୋଜନାରେ ପ୍ରଭାବିତ ହୋଇ ଦେଢଶହରୁ ଉର୍ଧ୍ଵ ବିଜେପି ଓ କଂଗ୍ରେସ କର୍ମୀ ଆସି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ଏବଂ ଉକ୍ତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମାନସ ମାଡକାମୀ, ଜିଲ୍ଲା ବିଜୁ ଜନତାଦଳ ଯୁବ ସଭାପତି ଶ୍ରୀଯୁକ୍ତ ଆଡ଼ମା ରାବା, ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ଶ୍ରୀ ତାପସ ରଞ୍ଜନ ନାୟକ, ପଡିଆବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ସିଏଚ ରେଭିଡ କୁମାର,ଶ୍ରୀ ଗଙ୍ଗା କରାମ, କାଲିମେଳା ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଇ ଭେଙ୍କଟ ରାଓ,ଶ୍ରୀ କରାପୁ ଚନ୍ଦ୍ରାୟା, ଜୋନାଲ କମିଟି ସଭାପତି ଏମ ମେସାକ ରବି ମାଦ୍ରୀ, ପଡିଆବ୍ଲକ ବିଜେଡି ଯୁବ ସଭାପତି ଶ୍ରୀ ଦୀପକ ମିର୍ଦ୍ଧା, ପଡିଆବ୍ଲକ ବିଜେଡି ମହିଳା ସଭାପତି ଶ୍ରୀମତୀ ସାଥୀ ବିଶ୍ୱାସ, ପଂଚାୟତ ସଭାପତି ଶ୍ରୀ ଗୌରପଦ ବିଶ୍ୱାସ,ଏସ ଶ୍ରୀନୁ, ଦିଲୀପ ପୋଟଳା, ସିଏଚ ସଲମାନ, ପି ରମେଶ, ଜିଲ୍ଲା ଯୁବ ଏଇଟି ସେଲ କର୍ଡିନେଟର ଶ୍ରୀ ମନୋଜ ପଟ୍ଟନାୟକ, ଜିଲ୍ଲା ଛାତ୍ର ଆଇଟି ସେଲ କର୍ଡିନେଟର ଶ୍ରୀ ସୁନୀଲ ବାବୁ, ସୁବ୍ରତ ସିଲ, ହରିହର ପ୍ରମୁଖ ଉପସ୍ଥିତ ଥିଲେ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ