ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପୋଲସରା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର(ସଖପ୍ର):ଆଜି ତାରିଖ ୦୫ମାର୍ଚ୍ଚ ୨୦୨୧ଶୁକ୍ରବାର ଦିନ ୧୧ଘଟିକା ସମୟରେ ପୋଲସରା ସ୍ଥିତ ବସ ଷ୍ଟାଣ୍ଡ ନିକଟରେ ଏକ ସଭାର ଆୟୋଜିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଓ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ ଏବଂ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶମ୍ଭୁନାଥ ନନ୍ଦୀ, ବ୍ଲକ ଅଧିକ୍ଷକ ଶ୍ରୀଯୁକ୍ତ ବଳରାମ ସେଠୀ, ଉପ ଅଧିକ୍ଷକ ଶ୍ରୀମତୀ ସଂଯୁକ୍ତା ବାଡତିଆ, ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସଭାରେ ଶତାଧିକ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ। ସ୍ଥାନୀୟ ବିଧାୟକ ସର୍ବ ସାଧାରଣଙ୍କୁ ବିଜୁ ବାବୁଙ୍କ ଆଦର୍ଶକୁ ମାନି ଚାଲିବାକୁ ଉପଦେଶ ଦେଇଥିଲେ ଏବଂ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ବାବୁଙ୍କ ସ୍ୱଚ୍ଛ ଓ ନିର୍ମଳ ନୀତି ପାଇଁ ଓଡିଶାବାସୀ ପାଞ୍ଚ ପାଞ୍ଚ ଥର ଭୋଟ ଦେଇ ଶାସନ ଗାଦିରେ ବସାଇଥିବା କଥାକୁ କହି ଏକ ଇତିହାସ ମଧ୍ୟ ରଚିଥିବା କଥା କହିଥିଲେ। ପରେ ମାନ୍ୟବର ବିଧାୟକ ପଂଚାୟତ ସମିତି ନିକଟରେ ପହଂଚି ଆଜିର ପଂଚାୟତ ରାଜ ଦିବସର ବିଷୟରେ ଉଦବୋଧନ ଦେଇଥିଲେ। ଶେଷରେ ପୋଲସରା ନିର୍ବାଚନ ମଣ୍ଡଳୀର ଜନତା ମାନଙ୍କୁ ଅଶେଷ ଧନ୍ୟବାଦ କହି ସେ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିବାସୀ ଗୌଡ଼ଙ୍କ ସହ ଗଜେନ୍ଦ୍ର କୁମାର ସାହୁ,