ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସଭା କକ୍ଷରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୟପୁର (ସଖପ୍ର): ସ୍ଥାନୀୟ ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସଭା କକ୍ଷରେ ମାନନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବେଦବର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତା ୨୪.୦୯ .୨୦୨୨ ରିଖ ଦିବା ୧୦ ଘଟିକା ସମୟରେ ଭୋଟର ସଚେତନତା ଏବଂ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜୟପୁର ପୋୖରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସିଦ୍ଧାର୍ଥ ପଟ୍ଟନାୟକ ଏବଂ ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ.କିଚକ ଚନ୍ଦ୍ର ଜେନା ଯୋଗଦାନ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭୋଟର ପରିଚୟ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟରେ ଯୁବପିଢ଼ିଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମଞ୍ଚାସୀନ ଅଧିକାରୀବୃନ୍ଦ ସଚେତନ କରିଥିଲେ।ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କିପରି ଅଧିକରୁ ଅଧିକ ଏଥିରେ ସାମିଲ ହେବେ ସେ ସମ୍ପର୍କ ରେ ଆଲୋଚନା ହୋଇଥିଲା । ଭୋଟର ମାନେ ନିଜର ଆଧାର ନମ୍ବର Voter Helpline ଦ୍ୱାରା ସଂଯୋଗ କରି ପାରିବେ କିମ୍ବା BLOଙ୍କ ମାଧ୍ୟମରେ ବି କରି ପାରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଏଣିକି ବର୍ଷକୁ ୪ ଥର ( ଜାନୁଆରୀ, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର )ମାସରେ ୧୮ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ବିଶେଷ ନିଜର ନାମ voter list ରେ ସଂଯୋଗ କରି ପାରିବେ ବୋଲି ଅବଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ Blo ସୁପରଭାଇଜର ଯଜ୍ଞେଶ୍ବର ପଣ୍ଡା ସଂଯୋଜନା କରିଥିବାବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ବିଭାଗ ସହାୟକ ଶ୍ରୀଯୁକ୍ତ କିରଣ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। Blo ସସ୍ମିତା ମେକାପ ଓ ସିଦ୍ଧାର୍ଥ ପ୍ରତୀକ ନାଏକ ଯୁବ ମତଦାତାଙ୍କୁ ଆପ ମାଧ୍ୟମରେ ଆଧାର ସଂଯୋଗୀକରଣ କୌଶଳ ବତାଇଥିଲେ। ଏହି କାର୍ଯ୍ୟକ୍ରମରେ କୁମୁଦ ମିଶ୍ର, ଡ.ଲକ୍ଷ୍ମଣ ପାତ୍ର, ନିରୂପ ଫିଲିପ, ଜେ. କେ.ସତମନ,ମୋହନ ଚନ୍ଦ୍ର କ୍ଷୁଦ୍ର, ମୋନାଲିସା ଖୋସଲା, ନମିତା ପାଢ଼ୀ,ମାଧୁରୀ ଓରାନ,ଲୋପାମୁଦ୍ରା ମହାରଣାଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଗଣ ଉପସ୍ଥିତ ଥିଲେ। ଶେଷରେ ପୋୖର ପାଳିକାର ନିର୍ବାଚନ ବିଭାଗ ସହାୟକ ଶ୍ରୀଯୁକ୍ତ ବୃନ୍ଦାବନ ମହାନ୍ତି ଧନ୍ୟବାଦ ଆର୍ପଣ କରିଥିଲେ।