ବିକାଶ ମଲ୍ଟିସ୍ପେସିଆଲିଟି ହସପିଟାଲରେ ରକ୍ତଦାନ ଶିବିର ଅନୁଷ୍ଠିତ
ବରଗଡଜିଲ୍ଲା : ବରଗଡ ଜିଲ୍ଲାର ବରହାଗୁଡା ସ୍ଥିତ ବିକାଶ ଗ୍ରୁପ ଅନ୍ତର୍ଗତ ବିକାଶ ମଲ୍ଟିସ୍ପେସିଆଲିଟି ହସପିଟାଲ ପରିସରରେ ବିକାଶ ଗ୍ରୁପର ୧୯ ତମ ପ୍ରତିଷ୍ଠା ଦିବସ ଓ ବିକାଶ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଡି ମୁରଲୀ କ୍ରୀଷ୍ଣା ଙ୍କର ୪୯ ତମ ଜନ୍ମଦିନ ଅବସରରେ ବିକାଶ ଗ୍ରୁପ ତରଫରୁ ରକ୍ତଦାନ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ବିକାଶ ଗ୍ରୁପର ଚିକତ୍ସକ , ଅଧ୍ୟାପିକା , ଅଧ୍ୟାପକ , ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନେ ଉତ୍ସାହର ସହିତ ଭାଗ ନେଇ ଥିବା ବେଳେ , ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ବିକାଶ ଗ୍ରୁପର ଚେୟାରମେନ ଶ୍ରୀ ଡି ମୁରଲୀ କ୍ରୀଷ୍ଣା ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ବିକାଶ ଗ୍ରୁପର ମେନେଜିଙ୍ଗ୍ ଡାଇରେକ୍ଟର ଶ୍ରୀ ଜି ଭାସ୍କର ରାଓ , ଏକଜେକ୍ୟୁଟିଭ ଡାଇରେକ୍ଟର ଶ୍ରୀ ନାଗେଶ୍ବର ରାଓ ଏବଂ ଶ୍ରୀ ଭି ଶ୍ରୀନିବାସ , ଏଡମିନିଷ୍ଟ୍ରେସନ ଡାଇରେକ୍ଟର ଶ୍ରୀ ବିବେକ କୁମାର , ଡାଇରେକ୍ଟର ଅଫ ଏକାଡେମୀକ ଶ୍ରୀ ଜି ରାମା କ୍ରୀଷ୍ଣା , ଡାଇରେକ୍ଟର ଡ ସମରେନ୍ଦ୍ର ନାଥ ପଣ୍ଡା , ମଲ୍ଟିସ୍ପେସିଆଲିଟି ହସପିଟାଲର ମେଡିକାଳ ଡାଇରେକ୍ଟର ଡ ହିମାଂଶୁ ଶେଖର ମିଶ୍ର ,ତଥା ଚିଫ ଏଡମିନିଷ୍ଟ୍ରେଟିବ ଅଫିସର ଡ ରବି କୁମାର ପ୍ରମୁଖ ଉପସ୍ଥିତ ଥିଲେ । ୨୯ ଏପ୍ରିଲର ଏହି ରକ୍ତଦାନ ଶିବିରରେ ୪୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଗତ ତାରିଖ ୨୪ ଏପ୍ରିଲରେ ବିକାଶ ଗ୍ରୁପ ଦ୍ବାରା ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଗୋଟିଏ ସପ୍ତାହରେ ମୋଟ ୬୪ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ବିକାଶ ଗ୍ରୁପର ଚେୟାରମେନ ଶ୍ରୀ ଡି ମୁରଲୀ କ୍ରୀଷ୍ଣା ବହୁତ ଖୁସି ପ୍ରକାଶ କରିଥିଲେ। ବିକାଶ ଗ୍ରୁପର ମହତ କାର୍ଯ୍ୟକୁ ବରଗଡ ଜିଲ୍ଲାରେ ଭୁରିଭୁରି ପ୍ରଶଂସା ମିଲୁଛି ।
ବରଗଡ ବ୍ୟୁରୋ ମୋତିଲାଲ ବାଗ