01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିକାଶର ବହୁଦୂରରେ ପାହାଡିଆ ଅଞ୍ଚଳ ଚନ୍ଦ୍ରପୁର ବ୍ଲକର ଗାଁ ସାନପୋଙ୍କାଳ


ରାୟଗଡା ୨୬/୦୧(ସଖପ୍ର): ସରକାର ବିକାଶ ରେ ଡିଣ୍ଡିମ ପିଟୁଥିବା ବେଳେ ପାହାଡ଼ ଜଙ୍ଗଲରେ ପରିପୂର୍ଣ୍ଣ ଯୋଜନାର ସର୍ବନିମ୍ନ ସୁବିଧା ପାଇବାରୁ ବଂଚିତ ହୋଇଆସୁଛନ୍ତି ରାୟଗଡା ଜ଼ିଲ୍ଲାର ଚନ୍ଦ୍ରପୁର ବ୍ଲକର ସାନପୋଙ୍କାଳ ଗ୍ରାମବାସୀ ଆଦିବାସୀ ଅନୁନ୍ନତ ଅଂଚଳର ବିକାଶ ନିମନ୍ତେ ସରକାର ମାଳ ମାଳ ଯୋଜନା ପ୍ରଣୟନ କରିଛନ୍ତି। ଏଥିନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ତଥାପି ମଧ୍ୟ ବହୁତ ପାହାଡ଼ ଜଙ୍ଗଲ ଘେରା ଗାଁ କୁ ସରକାରଙ୍କ ଯୋଜନା ପହଂଚି ପାରୁନାହିଁ ଯୋଜନା ଗୁଡିକ ଗାଁ ରେ ନ ପହଂଚିବାରୁ ଗ୍ରାମବାସୀ ଏକ ପ୍ରକାର ଅଭିଶପ୍ତ ଜୀବନ ବିତାଉଛନ୍ତି। ଭାରତ ସ୍ୱାଧୀନ ହେବାର 74ବର୍ଷ ପରେ ମଧ୍ୟ୍ୟ ଗାଁ କୁ ରାସ୍ତା ପାଣି ସ୍ୱାସ୍ଥ୍ୟ ଶିକ୍ଷା ଠାରୁ ବହୁଦୂରରେ ସାନପୋଙ୍କାଳ ଗାଁ ର ଦୁଃଖ ଦୁର୍ଦଶା ଦେଖିବା ବହୁକଷ୍ଟକର। ଏହି ଗ୍ରାମର ଭୌଗୋଳିକ ପରିସ୍ଥିତି ଏହିପରିଯେ ଚନ୍ଦ୍ରପୁର ସଦର ମହକୁମା ଠାରୁ 35 କିଲୋମିଟର ଓ ସୀମାନ୍ତ ଗଜପତି ଜ଼ିଲ୍ଲାର ମାଣ୍ଡିମୋରା ଠାରୁ 10କିଲୋମିଟର ଦୂରରେ। ଚନ୍ଦ୍ରପୁର ଠାରୁ 20କିଲୋମିଟର ରାସ୍ତା ଦେଇ ଯିବାପରେ ରାସ୍ତାରେ ପଡେ ଲିଡିଙ୍ଗଇପଡର ଛକ, ସେହିଠାରୁ 8କିଲୋମିଟର ଗଲାପରେ ରାସ୍ତାରେ ପଡେ ଶିରିପୁର ଗାଁ, ଏହି ଗାଁ ଠାରୁ 7କିଲୋମିଟର ଦୂରରେ ଅବସ୍ଥିତ ସାନପୋଙ୍କାଳ, ଏହି 7କିଲୋମିଟର ରାସ୍ତା ପାହାଡ଼ ଜଙ୍ଗଲରେ ପରିପୂର୍ଣ୍ଣ ଏହି ରାସ୍ତାରେ ମଣିଷ ପାଦରେ ଚାଲି ଚାଲି ଯିବା ବହୁକଷ୍ଟକର ବ୍ୟାପାର। ଗତ 2015ମସିହା ନଭେମ୍ବର ମାସରେ ଏହି ଗ୍ରାମର ମେଡକେ କ୍ରେପୁଟିକାଙ୍କ ଦୁଇ ପୁତ୍ର ଆଶିଷ ଓ ମ୍ରିଲାଣି ଏକ ବିଷାକ୍ତ ଗଛର କନ୍ଦା ଖାଇ ମୃତ୍ୟୁବରଣ କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ରାୟଗଡାର ତତ୍କାଳୀନ ଜ଼ିଲ୍ଲାପାଳ ଜଗନ୍ନାଥ ମହାନ୍ତି ପାହାଡ଼ ଜଙ୍ଗଲରେ ପରିପୂର୍ଣ୍ଣ ଗାଁ କୁ ଚାଲି ଚାଲି ଯାଇ ଏହି ଗାଁରେ ପହଂଚି ଘଟଣାର ତଦନ୍ତ କରିବା ସହିତ ମୃତ ବ୍ୟକ୍ତିଙ୍କ ବାପାକୁ 10ହଜାର ଟଙ୍କାର ସାହାଯ୍ୟ ରେଡ଼କ୍ରସ ଫଣ୍ଡରୁ ଦେଇଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଶାସନ ଠାରେ ଅଭିଯୋଗ କଲେ ମଧ୍ୟ ମୃତବ୍ୟକ୍ତିଙ୍କ ବାପାଙ୍କୁ ଦୀର୍ଘ 6ବର୍ଷ ହେଲା କୌଣସି ଆର୍ଥିକ ସାହାଯ୍ୟମିଳିନାହିଁ। ତତ୍କାଳୀନ ଜ଼ିଲ୍ଲାପାଳ ଲୋକଙ୍କ ଦୁଃଖ ଦେଖି ଯାତାୟାତ ନିମନ୍ତେ ଆଇ ଏଫ ଫଣ୍ଡ ରୁ ପ୍ରାୟ 65 ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ ଲିଡିଙ୍ଗପୋଡ଼ାର ଛକ ଠାରୁ ସାନପୋଙ୍କାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ । ତଥାପି ଏହି ରାସ୍ତା ସାନପୋଙ୍କାଳ ଗାଁକୁ ପହଂଚି ପାରିଲା ନାହିଁ ଗତ ମେ 2017 ମସିହାରେ ଜୈନିକ ସାମ୍ବାଦିକ ଅମୁଲ୍ୟ ନିଶଙ୍କ ଏହି ଅଞ୍ଚଳ ଗସ୍ତ କରି ଏହି ଗାଁ ଉପର ଖବର ପ୍ରକାଶିତ କରିଥିଲେ । ଏହା ପରେ ରାୟଗଡାର ତତ୍କାଳୀନ ଜ଼ିଲ୍ଲାପାଳ ଗୁହା ପୂନାମ ତାପସ କୁମାର ଘଟଣାକୁ ଗଭୀରତା ସହିତ ନେଇ ପିଏମଜୀ ରାସ୍ତା ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ତଦନୁଯାଇ ଲିଡିପିଦାର ଛକ ଠାରୁ ସୁରୁଲ ପର୍ଯ୍ୟନ୍ତ ଏକ ପିଏମଜୀ ରାସ୍ତା ନିର୍ମାଣ ହେଲା କିନ୍ତୁ ଏହି ରାସ୍ତା ସାନପୋଙ୍କାଳ ଗ୍ରାମକୁ ନ ଯାଇ ଅନ୍ୟ ଆଡକୁ ରାସ୍ତାନିର୍ମାଣ ହେଲା । ତେଣୁକରି ଏହି ଗ୍ରାମର ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଗାଁ ର କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ଗ୍ରାମବାସୀ ଏକ ଖଟିଆରେ ବୋହି ବୋହି ଦୀର୍ଘ ରାସ୍ତା ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚନ୍ତି ଅଥବା ଗାଁ ର ଦିଶାରୀ ଠାରେ ଭଲକରନ୍ତି। ମହିଳା ମାନଙ୍କ କଥା ନ କହିବା ଭଲ ବହୁତ କଷ୍ଟରେ ସନ୍ତାନ ଜନ୍ମ ଦିଅନ୍ତି ଶିଶୁମାନେ ମଧ୍ୟ ବହୁ୍ରୋଗାକ୍ରାନ୍ତ ହୁଅନ୍ତି ବିଶେଷକରି ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପାନୀୟ ଜଳର ସୁବିଧା ନଥିବାରୁ ଲୋକେ ଝରଣା ପାଣି ଉପରେ ନିର୍ଭର କରନ୍ତି ଓ ଦୂଷିତ ପାଣିପିଇ ବହୁରୋଗରେ ଆକ୍ରାନ୍ତ ହୁଅନ୍ତି । ଶିକ୍ଷା କଥା ତ ବହୁଦୂରରେ, ଶିକ୍ଷା ଅଭାବରୁ ଏହିଗ୍ରାମର ପିଲାମାନେ ଅଶିକ୍ଷିତ ଅବସ୍ଥାରେ ରୁହନ୍ତି, ଛୋଟ ଛୋଟ ପିଲାଙ୍କ ନିମନ୍ତେ ଅଙ୍ଗନବାଡିର ବ୍ୟବସ୍ଥା ମଧ୍ୟ ନାହିଁ ପିଡ଼ିଏସ ଚାଉଳ ନିମନ୍ତେ ଦୀର୍ଘ 20କିଲୋମିଟର ଚାଲି ଚାଲି ଯାଇ ଆଣନ୍ତି । ସର୍ବ ନିମ୍ନ ମୌଳିକ ସୁବିଧାରୁ ବଂଚିତ ଏହି ଗ୍ରାମ ଦୀର୍ଘ 4 ବର୍ଷ ପରେ ଖବର ସଂଗ୍ରହପାଇଁ ଯାଇ ଯାହା ଦେଖିଲୁ ଲୋକମାନେ ପୂର୍ବ ଅବସ୍ଥାରେ ଅଛନ୍ତି। ଏଣୁ ଗୁଣୁପୁର ଉପଜ଼ିଲ୍ଲାପାଳ ଶ୍ରୀ ସୋନାଲ ଜେନା ଓ ରାୟଗଡା ଜ଼ିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ ଅନୁରୋଧ ଉକ୍ତ ସାନପୋଙ୍କାଳ ଗ୍ରାମ ପ୍ରତି ଦୃଷ୍ଟି ଦେଲେ ପାହାଡ଼ ଜଙ୍ଗଲ ଘେରରେ ରହିଥିବା ଆଦିବାସୀ ଲୋକେ ଉପକୃତ ହେବେ।


ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *