ବାଲ୍ୟବିବାହ ନିଷେଦ୍ଧ ପାଇଁ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ…
ମାଲକାନଗିରି (ସ.ଖ.ପ୍ର ):ଓଡିଶା ଶେଷ ସୀମାନ୍ତ ମାଲକାନଗିରି ବାଲ୍ୟ ବିବାହ ଅଧିକ ହେଉଥିବା ବେଳେ ସେଥିମଧ୍ୟରୁ ଜିଲ୍ଲାରେ ଥିବା କାଲିମେଳା ବ୍ଲକରେ ସର୍ବାଧିକ ବାଲ୍ୟ ବିବାହ ହୋଇଥାଏ |ବାଲ୍ୟବିବାହ ଦ୍ବାରା ଜଣେ କିଶୋରୀ ସାମାଜିକ ଜୀବନ ସହିତ ତାର ନିଜ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ଏହାଦ୍ବାରା ମା ଏବଂ ଶିଶୁ ମୃତ୍ୟୁହାର ଅଧିକ ହୋଇଥାଏ ଏହାକୁ ଦୃଷ୍ଟିରେ ରଖି କାଲିମେଳା ସମନ୍ନିତ ମହିଳା ଏବଂ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ପକ୍ଷରୁ ସିଡିପିଓ ସନ୍ଧ୍ୟାରାଣୀ ନାୟକ ଙ୍କ ନେତୃତ୍ବରେ ବାଲ୍ୟବିବାହ ନିଷେଧ ସମ୍ପର୍କିତ ଏକ ଟାସ୍କଫୋର୍ସ ବୈଠକ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଜିଲ୍ଲା ସଂଯୋଜକ ପ୍ରଶନ୍ନ ମିଶ୍ର କାଲିମେଳା ବିଡିଓ ଉମାଶଙ୍କର ଦଳାଇ, ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ରେଂଜର ରାମଚନ୍ଦ୍ର ମାଡକାମି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ମିଶ୍ର, ଏବିଇଓ ଅସିତ ମିସ୍ତ୍ରୀ , ମେଡିକାଲ ଅଫିସର ଡା. ଅବିଦ ହୁସେନ ଙ୍କ ସମେତ ରୋଜାଲିନ ଦାସ, କେ.ମିସାଇଲ ରାଜୁ, ଦୁଲାଲ ସେନାପତି ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ | ଆଜିର ବୈଠକରେ ଆଲୋଚନା ହୋଇଥିଲା କି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ଭିତରେ ହେଉଥିବା ବାଲ୍ୟ ବିବାହ ବନ୍ଦ କରିବାରେ ଏହି ଟାସ୍କଫୋର୍ସ କିଭଳି ସଫଳ ହୋଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ଜିଲ୍ଲା ସଂଯୋଜକ ସୁଚନା ଦେଇ କହିଥିଲେ ଯେ ବ୍ଲକ ସ୍ତରର ଅନ୍ୟ ସମସ୍ତ ବିଭାଗ ମାନଙ୍କ ସମ୍ମିଳିତ କରି ଏକ ବ୍ଲକ ସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ। ପ୍ରତ୍ୟେକ ବିଭାଗକୁ କାର୍ଯ୍ୟ ଯୋଜନାରେ ସଫଳ କାର୍ଯ୍ୟକାରିତା ପାଇଁ ଆବଶ୍ୟକୀୟ ଦିଶା ନିଦ୍ଦେର୍ଶ ଦେବେ |ନିରନ୍ତର ସମୟ ଅନ୍ତରରେ ବିଭାଗ ମାନଙ୍କ ଦ୍ବାରା ଯୋଜନା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ଏହା ଦ୍ୱାରା ଆଶା କରାଯାଉଛି ଯେ ଏହି ଅଂଚଳରେ ବାଲ୍ୟବିବାହ ରୋକାଯାଇପାରିବ|