ବାଲିମେଳା ନିର୍ବାହୀ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ବନ୍ଧୀୟ ଦାବୀପତ୍ର ପ୍ରଦାନ

ମାଲକାନଗିରି (ସଖପ୍ର):ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଓଡିଶା ସରକାର ଙ୍କର ହୋଇଥିବା ଦୁର୍ନୀତି ରେ ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦର 12 ଟି ୱାର୍ଡ ମଧ୍ୟରେ ଆସିଥିବା ଆବାସ ଯୋଜନା ହିତାଧିକାରୀ ବିଳମ୍ବ ରେ ବିଲ ପାଇବା ଏବଂ ବିଜ୍ଞପିତ ଅଂଚଳ ପରିଷଦର କିଛି ହିତାଧିକାରୀ ପାଇବାର ଯୋଗ୍ୟ ଥାଇ ମଧ୍ୟ ପାଇପାରିନାହାନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ଏହାର ଏକ ଦାବିପତ୍ର ବାଲିମେଳା ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କୁ ପ୍ରଦାନ କରାଗଲା | ଏଠାରେ ଉପସ୍ଥିତ ପୂର୍ବତନ ଏମ. ପି ତଥା ରାଜ୍ୟ ବିଜେପି ଉପସଭାପତି ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଓ ମାଲକାନଗିରି ଜିଲ୍ଲା ଉପସଭାପତି, ଜିଲ୍ଲା ସାଧାରଣ ସମ୍ପାଦକ, ବାଲିମେଳା ମଣ୍ଡଳ ସଭାପତି ଏବଂ ଦଳ ର ଅନ୍ୟ କାର୍ଯ୍ୟକର୍ତ୍ତା ଏହି ସମୟରେ ବିଜ୍ଞାପିତ ଅଂଚଳ ପରିଷଦକୁ ଘେରାଉ କରିଥିଲେ |
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ